Below header

କରୋନାଠାରୁ ୨୦ ଗୁଣ ଅଧିକ ବିପଜ୍ଜନକ ‘ନିପା ଭାଇରସ୍‌’, ମୃତ୍ୟୁହାର ୪୦ରୁ ୭୦ ପ୍ରତିଶତ

ସାରା ବିଶ୍ୱବାସୀ କରୋନା ଭାଇରସ୍‌ର ଆତଙ୍କ ଦେଖିଛନ୍ତି। ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍‌ ମଧ୍ୟ ଦେଖାଯାଇଥିଲା। ଏହି କ୍ରମରେ ଏବେ କେରଳରେ ନିପା ଭାଇରସ୍ ଦେଖିବାକୁ ମିଳିଛି। କେରଳର କୋଝିକୋଡ୍‌ରେ ଏହି ଭାଇରସ୍‌ ବ୍ୟାପିଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ସଂକ୍ରମିତ ଅଛନ୍ତି।

ସାରା ବିଶ୍ୱବାସୀ କରୋନା ଭାଇରସ୍‌ର ଆତଙ୍କ ଦେଖିଛନ୍ତି। ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍‌ ମଧ୍ୟ ଦେଖାଯାଇଥିଲା। ଏହି କ୍ରମରେ ଏବେ କେରଳରେ ନିପା ଭାଇରସ୍ ଦେଖିବାକୁ ମିଳିଛି। କେରଳର କୋଝିକୋଡ୍‌ରେ ଏହି ଭାଇରସ୍‌ ବ୍ୟାପିଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ସଂକ୍ରମିତ ଅଛନ୍ତି। ଏ ସବୁ ଭିତରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ଡିଜି ରାଜୀବ ବହଲ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି।

ରିପୋର୍ଟ ମୁତାବକ, ରାଜୀବ ବହଲ କହିଛନ୍ତି ଯେ ନିପା ଭାଇରସରେ ମୃତ୍ୟୁହାର ୪୦ରୁ ୭୦ ପ୍ରତିଶତ ରହିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇସିଏମ୍‌ଆର୍‌ ମୁଖ୍ୟ କହିଛନ୍ତି କି, ୨୦୧୮ରେ ଆମେ ଅଷ୍ଟ୍ରେଲିଆରୁ ମୋନୋକ୍ଲୋନାଲ ଆଣ୍ଟିବଡିର କିଛି ଡୋଜ୍‌ କିଣିଥିଲୁ। ବର୍ତ୍ତମାନ ଏହି ଡୋଜ୍‌ କେବଳ ୧୦ ରୋଗୀଙ୍କ ପାଇଁ ଉପଲବ୍ଧ। ଆହୁରି ୨୦ଟି ଡୋଜ କିଣାଯିବ। କିନ୍ତୁ ଏହି ଔଷଧ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେବାକୁ ପଡ଼ିଥାଏ।

ସେ କହିଛନ୍ତି, ନିପା ଭାଇରସ୍‌ରେ ସଂକ୍ରମିତ ୧୦୦ ଜଣଙ୍କ ମଧ୍ୟରୁ ୪୦ରୁ ୭୦ ଜଣଙ୍କଠାରେ ମୃତ୍ୟୁ ଆଶଙ୍କା ରହିଛି। ଯେତେବେଳେ କି, କରୋନା ସଂକ୍ରମଣରେ ମୃତ୍ୟୁହାର ମାତ୍ର ୨-୩ ପ୍ରତିଶତ ଥିଲା। ନିପାରେ ସଂକ୍ରମିତ ଲୋକଙ୍କ ମୃତ୍ୟୁହାର ଏହା ତୁଳନାରେ ବହୁତ ଅଧିକ ରହିଛି।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିଶ୍ଚିତ କରିଛନ୍ତି ଯେ ଏହି ଭାଇରସ୍‌ ହେଉଛି ବାଂଲାଦେଶୀ ଷ୍ଟ୍ରେନ୍‌ ଏବଂ ଏହା ମଣିଷରୁ ମଣିଷକୁ ବ୍ୟାପିଥାଏ। କେରଳରେ ନିପା ଭାଇରସ ଯୋଗୁ ଦୁଇ ଜଣଙ୍କର ଜୀବନ ଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭେରିଏଣ୍ଟ କମ୍ ସଂକ୍ରାମକ, କିନ୍ତୁ ଏହାର ମୃତ୍ୟୁହାର ଅଧିକ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବକ, ଭାଇରସ୍‌ର କୌଣସି ଚିକିତ୍ସା କିମ୍ବା ଭ୍ୟାକ୍ସିନ ନାହିଁ। ଏହାକୁ ରୋକିବା ହିଁ ଏକମାତ୍ର ଉପାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.