Below header

ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ପୁଣି ସୁପ୍ରିମକୋର୍ଟ ଗଲା ଦୋଷୀ ମୁକେଶ ସିଂ, ଖୋଜୁଛି ଗଳାବାଟ

କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ମାମଲାର ଦୋଷୀ ଫାଶୀ ଟାଳିବା ପାଇଁ ଆଇନର ଗଳାବାଟ ଖୋଜୁଛନ୍ତି । ପୁଣି ସୁପ୍ରିମକୋର୍ଟ ଗଲା ଦୋଷୀ ମୁକେଶ ସିଂ । ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ମୁକେଶ ସିଂହର ଓକିଲ ବ୍ରିନ୍ଦା ଗ୍ରୋଭର ଏହି ସୂଚନା ଦେଇଛନ୍ତି । ସେପଟେ ଦୋଷୀ ଅକ୍ଷୟ ସିଂ ଓ ପୱନ ଗୁପ୍ତା ପକ୍ଷରୁ ଦାୟର ଆବେଦନକୁ ପଟିଆଲା ହାଉସ କୋର୍ଟ ଖାରଜ କରିଦେଇଛନ୍ତି । ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ସଂପର୍କିତ କାଗଜପତ୍ର ଦେବାରେ ବିଳମ୍ବ କରୁଥିବା ନେଇ ପଟିଆଲା ହାଉସ କୋର୍ଟରେ ଏହି ପିଟିସନ୍‌ ଦାଖଲ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂ। ସେ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ଅକ୍ଷୟ ଓ ପଓ୍ଵନ ଆଇନଗତ ଉପାୟରେ କ୍ୟୁରେଟିଭ ପିଟିସନ୍‌ ଓ ରାଜକ୍ଷମା ଆବେଦନ ପାଇଁ ଚାହୁଁଛନ୍ତି। ଏଥିପାଇଁ ଆବଶ୍ୟକ ଦସ୍ତାବିଜ୍‌ ଦେବାରେ ଜେଲ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି। ହେଲେ ଏହାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି । ନିକଟରେ ଫେବ୍ରୁଆରି ୧ରେ ଦୋଷୀଙ୍କୁ ଫାଶୀ ପାଇଁ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.