Below header

ଆଉ କିଛି ଦିନ ପରେ ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ, ଏନେଇ ଅଭିଯୁକ୍ତ ବିନୟ ଲେଖିଲେ ଡାଏରୀ ଓ ଶୀର୍ଷକ ରଖିଲେ ‘ଦରିନ୍ଦା’

ନିର୍ଭୟା ଦୋଷୀଙ୍କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୋଷୀଙ୍କ ଓକିଲଙ୍କ ମାଗିଥିବା ସମସ୍ତ ଦସ୍ତାବିଜ୍‌କୁ ଜେଲ ପ୍ରଶାସନ ତରଫରୁ ଦିଆଯାଇଛି। ଓକିଲଙ୍କ କହିବାନୁସାରେ କିଛି କାଗଜପତ୍ର କାଲି ରାତି ୧୦.୩୦ ବେଳେ ଦିଆଯାଇଛି। କିନ୍ତୁ ବିନୟର କେସ୍‌ ଡାଏରୀ ଏବେ ପର୍ଯ୍ୟନ୍ତ ଜେଲ ପ୍ରଶାସନ ତରଫରୁ ଦିଆଯାଇନାହିଁ। ୧୬୦ ପୃଷ୍ଠା ବିଶିଷ୍ଟ ଏହି କେସ୍‌ ଡାଏରୀ ଏବେ ଯାଏଁ ସେମାନେ ପାଇନାହାନ୍ତି ବୋଲି ଓକିଲ କହିଛନ୍ତି। ଏଥିସହ ତାଙ୍କ ମେଡିକାଲ ରିପୋର୍ଟ ମଧ୍ୟ ଏବେ ଯାଏଁ ଦିଆଯାଇନାହିଁ। ବିନୟ ଲୋକ ନାୟକ ମେଡିକାଲରେ ୧୦ ଦିନ ଚିକିତ୍ସାଧୀନ ଥିବା ବେଳେର ରିପୋର୍ଟ ମଧ୍ୟ ଜେଲ କର୍ତ୍ତୃପକ୍ଷ ଏବେ ଯାଏଁ ଦେଇନାହାନ୍ତି ବୋଲି ଜଣାଯାଇଛି।

Image result for nirbhaya-gangrape binay painting

ସୂଚନାଯୋଗ୍ୟ ଯେ ବିନୟର ଓକିଲ କୋର୍ଟରେ କହିଥିଲେ ଯେ କିଛି ଦିନ ତଳେ ମୁଁ ବିନୟଙ୍କୁ ଭେଟିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଜେଲ ପ୍ରଶାସନ ତାଙ୍କ ଧ୍ୟାନ ରଖୁଥିଲେ ବି ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଓକିଲ କହିଛନ୍ତି ଜେଲ ନମ୍ବର ୧୪ରେ ପବନର ମୁଣ୍ଡ ଫଟାଇ ଦିଆଯାଇଥିଲା। ୨୦୧୩ ମସିହା ସେପ୍ଟେମ୍ବର ମାସରେ ଏହି ଘଟଣା ଘଟିଥିଲେ ବି ଏବେ ପର୍ଯ୍ୟନ୍ତ ଏହାର ରିପୋର୍ଟ ଦିଆଯାଇନାହିଁ। ସେତେବେଳେ ତାଙ୍କୁ ତେଜ୍‌ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଓକିଲ ଅଭିଯୋଗ କରିଛନ୍ତି ଯେ ବିନୟଙ୍କୁ ଜେଲ ଭିତରେ ସ୍ଲୋ ପଏଜନ୍‌ ଦେଇ ମାରିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କ ହାତ ଭାଙ୍ଗିଯାଇଥିଲା। ୭ ଦିନ ହେବ ସେ ଅନଶନରେ ଅଛନ୍ତି ବୋଲି କୁହାଯାଉଛି।

gkpge1ag

ଓକିଲ କହିଛନ୍ତି ଯେ ଜେଲରେ ଥିବା ବେଳେ ବିନୟ କେତେକ ପେଣ୍ଟିଂ ମଧ୍ୟ ତିଆରି କରିଛନ୍ତି। ତିହାର ହାଟରେ ତାଙ୍କ ପେଣ୍ଟିଂକୁ ବିକ୍ରି ମଧ୍ୟ କରାଯାଇଛି। କିନ୍ତୁ ସେଥିରୁ କେତେ ଟଙ୍କା ରୋଜଗାର ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ବିନୟ ୧୧ଟି ପେଣ୍ଟିଂ ଓ ୧୯ ପୃଷ୍ଠା ସମ୍ବଳିତ ‘ଦରିନ୍ଦା’ ଡାଏରୀ ମଧ୍ୟ ଲେଖିଥିଲେ। ଜେଲ ପ୍ରଶାସନ ବିନୟଙ୍କ ପେଣ୍ଟିଂ ଓ ଡାଏରୀକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.