+୩ ପାସ କରିଦେବା ପାଇଁ ଲାଞ୍ଚ ନେଉଥିଲେ ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ ପିଅନ ଓ କିରାଣି, ଭିଡିଓ ହେଲା ଭାଇରାଲ

ପୁରୀ(କେନ୍ୟୁଜ୍):  ପୁରୀ ସୁରଜମଲ୍ଲ ସାହା ମହାବିଦ୍ୟାଳୟ କର୍ମଚାରୀ ପାସ୍‌ କରାଇବାକୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହୋଇଛି । +୩ରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କଠାରୁ କଲେଜର ପିଅନ ଓ କିରାଣି ଲାଞ୍ଚ ନେଉଥିବାର ପ୍ରମାଣ ଭାଇରାଲ ହୋଇଥିବା ଭିଡିଓରେ ରହିଛି। ଏହାପରେ ପଦକ୍ଷେପ ସ୍ୱରୂପ ପିଅନ ଓ କିରାଣିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କଲେଜ ଅଧ୍ୟକ୍ଷା ହରପ୍ରିୟା ଦାଶ। ସେପଟେ ଏହି ଲାଞ୍ଚ କାରବାରରେ କଲେକ କର୍ମଚାରୀ ଓ ଅଧ୍ୟାପକମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.