କ୍ଷୀର ସହ ପ୍ରତିଦିନ ସେବନ କରନ୍ତୁ ଏହି ଜିନିଷ, ଶରୀର ବଳବାନ ହେବା ସହ ଚମକି ଉଠିବ ଆପଣଙ୍କ ତ୍ୱଚା

କ୍ଷୀର ସହିତ ଆମେ ସାଧାରଣତଃ ହରଲିକ୍ସ, ପ୍ରୋଟିନ ପାଉଡର ପରି ଖାଦ୍ୟ ମାନ ମିଶେଇ ଖାଇଥାଉ । କିନ୍ତୁ ହୁଏତ ଜାଣି ନଥିବେ ଆପଣ ଯଦି କ୍ଷୀରରେ ଶୁଖିଲା ଖଜୁରୀ ମିଶେଇ ଖାଇବେ ତେବେ ଏହାରର ଶରୀରର ଶକ୍ତି ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ । ଶୁଖିଲା ଖଜୁରୀରେ ମହଜୂତ ଥାଏ କ୍ୟାଲସିୟମ, ଫାଇବର, ଭିଟାମିନ ପରି ଜରୁରୀ ପୋଷାକ ତତ୍ତ୍ୱ । ଯଦି ପ୍ରତିଦିନ କ୍ଷୀର ସହ ଖଜୁରୀକୁ ଭଲ ଭାବେ ଶିଝେଇ ଏହାକୁ ସେବନ କରାଯାଏ ତେବେ ଏହା ଅନେକ ରୋଗ ଦାଉରୁ ଶରୀରକୁ ରକ୍ଷା କରିବା ସୁସ୍ଥ ମଧ୍ୟ ରଖିଥାଏ । ତେବେ ଆସନ୍ତୁ :

milk and dates

ଜାଣିବା ଏହାର ବିଶେଷତା ବିଷୟରେ :

ଖଜୁରୀ ଓ କ୍ଷୀର ଉଭୟରେ ଭରପୁର ମାତ୍ରାରେ କ୍ୟାଲସିୟମ ମହଜୂତ ଥାଏ । ଯଦି ଏଦୁଇଟିକୁ ଏକାଠି ସେବନ କରାଯାଏ ତେବେ କ୍ୟାଲସିୟମ ଆବଶ୍ୟକତାକୁ ପୁରଣ କରିବା ସହ ହାଡ ମଜବୁତ କରିଥାଏ । ଆହୁରି ମଧ୍ୟ ଶୁଖିଲା ଖଜୁରୀରେ ପୋଟାସିୟମ ଓ ଫାଇବର ପରି ଜରୁରୀ ତତ୍ତ୍ୱର ମାତ୍ରା ଅଧିକ ପରିମାଣରେ ଥାଏ । ଯାହା ଖାଦ୍ୟ ହଜମରେ ବିଶେଷ ଭୂମିକା ନିଭେଇଥାଏ । ଅନ୍ୟ ପକ୍ଷରେ କ୍ଷୀର ବି ପେଟର ପାଚନ କ୍ଷମତାକୁ ମଜଧିକ ସକ୍ରିୟ କରିଥାଏ । କୋଷ୍ଠ କାଠିନ୍ୟ, ପେଟ ଦରଜ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

-ଦୁଧ ଓ ଖଜୁରୀ ଏକାଠି ସେବନ କଲେ ଦାନ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

dates

-ଅନେକେ ହୁଏତ ଜାଣିନଥିବେ କ୍ଷୀର ଓ ଶୁଖିଲା ଖଜୁରୀ ସେବନ ଦ୍ୱାରା ଆପଣଙ୍କ ସ୍କିନରେ ଏକ ବିଶେଷ ଚମକ ଆସିଥାଏ । ଶରୀରର ଭିଟାମିନ ଆବଶ୍ୟକତାକୁ ପୁରଣ କରିବା ସହ ରକ୍ତ ପ୍ରବାହକୁ ଶକ୍ତିଶାଳୀ କରିଥାଏ । ଛୁଟି ଝଡା ସମସ୍ୟାକୁ ଦୂର କରିଥାଏ ।

-କ୍ଷୀର ସହ ଏହାକୁ ସେବନ କଲେ ଶରୀରର ସୁଗାର ଲେବଲ ବି ଏକ କଣ୍ଟ୍ରୋଲରେ ରହିଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଖୁବ ଫାଇଦା ଦାୟକ ହୋଇଥାଏ ।

-ଖଜୁରୀ ଠାରୁ ଅଧିକ କ୍ୟାଲୋରୀ ଶୁଖିଲା ଖଜୁରୀରେ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.