Below header

ଓଡ଼ିଶା ଆସିବେ ନୀତୀଶ!, ୨୦୨୪ ବିରୋଧୀ ମେଣ୍ଟ ପାଇଁ ପଡ଼ିଲା ମୂଳଦୁଆ, କୋଲକାତାରେ ଭେଟିଲେ ମମତାଙ୍କୁ

ବିଜେପି ବିରୋଧୀଙ୍କ ମହାମେଣ୍ଟ ପାଇଁ ମହାଅଭିଯାନ। ବିରୋଧୀ ଶକ୍ତିଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟରେ ନୀତୀଶ କୁମାର। ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଲେ ନୀତିଶ। ସାଥିରେ ଥିଲେ ତେଜସ୍ୱୀ ଯାଦବ। ଜୟପ୍ରକାଶଙ୍କ ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା। ଯଦି ବିହାରରୁ ସମସ୍ତ ଦଳଙ୍କ ବୈଠକ କରାଯାଏ ତେବେ ଆଗକୁ କେଉଁ ପର୍ଯ୍ୟନ୍ତ ଯାଇପାରିବା ସ୍ଥିର ହୋଇପାରିବ ବୋଲି କହିଛନ୍ତି ମମତା ବାନାର୍ଜୀ।

ବିଜେପି ବିରୋଧୀଙ୍କ ମହାମେଣ୍ଟ ପାଇଁ ମହାଅଭିଯାନ। ବିରୋଧୀ ଶକ୍ତିଙ୍କୁ ଏକଜୁଟ୍‌ କରିବା ଲକ୍ଷ୍ୟରେ ନୀତୀଶ କୁମାର। ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଲେ ନୀତିଶ। ସାଥିରେ ଥିଲେ ତେଜସ୍ୱୀ ଯାଦବ। ଜୟପ୍ରକାଶଙ୍କ ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା। ଯଦି ବିହାରରୁ ସମସ୍ତ ଦଳଙ୍କ ବୈଠକ କରାଯାଏ ତେବେ ଆଗକୁ କେଉଁ ପର୍ଯ୍ୟନ୍ତ ଯାଇପାରିବା ସ୍ଥିର ହୋଇପାରିବ ବୋଲି କହିଛନ୍ତି ମମତା ବାନାର୍ଜୀ।

କିନ୍ତୁ ଆମେ ଏକାଠି ବୋଲି ପ୍ରଥମେ ସମସ୍ତଙ୍କ ପାଖରୁ ବାର୍ତ୍ତା ପହଞ୍ଚିବା ଆବଶ୍ୟକ। ବିଜେପି ଶୂନ୍ୟ ହେଉ ବୋଲି ମମତା ଆଶାବ୍ୟକ୍ତ କରିଛନ୍ତି। ମିଛ ଓ ଗଣମାଧ୍ୟମର ସହାୟତାରେ ବିଜେପି ହିରୋ ସାଜିଥିବା ମମତା କହିଛନ୍ତି। ଆମକୁ ଏକାଠି ଆଗକୁ ବଢିବାରେ ଆପତ୍ତି ନାହିଁ କି ଅହଂ ଭାବ ନାହିଁ ବୋଲେ ମମତା କହିଛନ୍ତି। ଆମେ ଯାହାବି ପଦକ୍ଷେପ ନେବୁ ତାହା ଦେଶର ସ୍ୱାର୍ଥରେ ହେବ ବୋଲି କହିଛନ୍ତି ନୀତୀଶ।

କିଛି ଦିନ ତଳେ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ବିଜେପି ବିରୋଧୀଙ୍କୁ ଏକ୍‌ଜୁଟ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାପରେ ନୀତିଶ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲଙ୍କୁ ସାକ୍ଷାତ କରିଥିଲେ। ଚର୍ଚ୍ଚା ହେଉଛି ମେ ପ୍ରଥମ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟି ପାରନ୍ତି।

ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ମୁତାବକ ମେ ପ୍ରଥମ ସପ୍ତାହରେ ଓଡ଼ିଶା ଆସି ପାରନ୍ତି ନୀତିଶ କୁମାର। ବିଜେପି ବିରୋଧୀଙ୍କୁ ଏକଜୁଟ୍‌ କରିବାକୁ ହେଉଥିବା ଉଦ୍ୟମରେ ସମ୍ପର୍କରେ ନବୀନଙ୍କ ସହ ଆଲୋଚନା କରିପାରନ୍ତି। ପୂର୍ବରୁ ଗତ ମାସରେ ଓଡ଼ିଶା ଆସି ନବୀନଙ୍କୁ ଭେଟିଥିଲେ ମମତା ବାନାର୍ଜୀ।

ସେତେବେଳେ ନିର୍ବାଚନକୁ ନେଇ ମମତା କହିଥିଲେ, ଆହୁରି ବର୍ଷେ ସମୟ ଅଛି। ଏବେଠାରୁ ଆଲୋଚନା ଆବଶ୍ୟକ ନାହିଁ। ଦେଶର ଗଣତାନ୍ତ୍ରିକ ନିରାପତ୍ତା ନେଇ ସୌଜନ୍ୟ ଆଲୋଚନା ହୋଇଥିବା କହିଥିଲେ ମମତା। ଦେଶରେ ସଂଘୀୟ ବ୍ୟବସ୍ଥା ସୁଦୃଢ଼ ହେବା ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମମତା ବାନାର୍ଜୀ ମଧ୍ୟ ବିରୋଧୀଙ୍କୁ ଏକଜୁଟ୍‌ କରିବାକୁ ପ୍ରୟାସ କରୁଛନ୍ତି। ଗତମାସରେ ନବୀନଙ୍କୁ ଭେଟିବା ପୂର୍ବରୁ ମମତା-ଅଖିଳେଶ ଆଲୋଚନା ହୋଇଥିଲା। ନବୀନଙ୍କୁ ଭେଟିବା ପରେ ମମତାଙ୍କୁ ଭେଟିଥିଲେ ଏଚ୍‌ ଡି କୁମାର ସ୍ୱାମୀ। କିନ୍ତୁ କଂଗ୍ରେସକୁ ନେଇ ଦ୍ୱିଧାରେ ଥିଲେ ମମତା। ଆଜି କିନ୍ତୁ ନୀତୀଶଙ୍କ ସହ ଆଲୋଚନା ବେଳେ ବିରୋଧୀ ଏକଜୁଟ ହେବାରେ ତାଙ୍କର କୌଣସି ଆପତ୍ତି କି ଇଗୋ ନାହିଁ ବୋଲି କହିଛନ୍ତି ମମତା। ସେପଟେ ବିରୋଧୀଙ୍କ ମେଳି ଉଦ୍ୟମକୁ କେତେ ସଫଳତା ମିଳିବ ତାକୁ ନେଇ ଅନେକ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.