ପୁରୀ ପୋଲିସ ହାତରେ ୧୨ଜଣିଆ ବିହାରୀ ଗ୍ୟାଙ୍ଗ, ସୁନା ଚେନ ଓ ମୋବାଇଲ ଲୁଟ କରୁଥିଲେ

ପୁରୀ ପୋଲିସ ହାତରେ ୧୨ଜଣିଆ ବିହାରୀ ଗ୍ୟାଙ୍ଗ। ହୋଟେଲର ରହୁଥିବା ବିହାରୀ ଗ୍ୟାଙ୍ଗର ୧୨ଜଣଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୋଲିସ। ଚନ୍ଦନ ଯାତ୍ରା ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି କୁ ଟାର୍ଗେଟ କରି ସୁନା ଚେନ ଓ ମୋବାଇଲ ଲୁଟ କରିବା ଲାଗି ବିହାର ଓ ଉତ୍ତର ପ୍ରଦେଶରୁ ୧୨ଜଣ ଲୁଟେରା ଆସି ପୁରୀ ଟାଉନ ଥାନାର ଗଛକାଳୀ ନିକଟ ଏକ ହୋଟେଲ ରେ ରହୁଥିଲେ।

ପୁରୀ(କେନ୍ୟୁଜ): ପୁରୀ ପୋଲିସ ହାତରେ ୧୨ଜଣିଆ ବିହାରୀ ଗ୍ୟାଙ୍ଗ। ହୋଟେଲର ରହୁଥିବା ବିହାରୀ ଗ୍ୟାଙ୍ଗର ୧୨ଜଣଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୋଲିସ। ଚନ୍ଦନ ଯାତ୍ରା ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି କୁ ଟାର୍ଗେଟ କରି ସୁନା ଚେନ ଓ ମୋବାଇଲ ଲୁଟ କରିବା ଲାଗି ବିହାର ଓ ଉତ୍ତର ପ୍ରଦେଶରୁ ୧୨ଜଣ ଲୁଟେରା ଆସି ପୁରୀ ଟାଉନ ଥାନାର ଗଛକାଳୀ ନିକଟ ଏକ ହୋଟେଲ ରେ ରହୁଥିଲେ।

ଗତକାଲି ଶ୍ରୀମନ୍ଦିର ଭିତରରୁ ଭକ୍ତଙ୍କ ଠାରୁ ସୁନା ଚେନ ଲୁଟ ହେବା ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଜଣକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତକୁ ଜେରା ପରେ ଏହି ବିହାରୀ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସିଂହଦ୍ୱାର ଥାନା ପୋଲିସ। ହୋଟେଲରେ ଅତର୍କିତ ଚଢଉ କରି ୧୨ଜଣ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୧୨ଟି ମୋବାଇଲ, ୩ଟି ସୁନା ଚେନ ଏବଂ ୨୮ହଜାର ଟଙ୍କା ଜବତ କରାଯାଇଛି। ଏହି ବିହାରୀ ଲୁଟେରା ଗ୍ୟାଙ୍ଗ ପୁରୀରେ ୭ଦିନ ମଧ୍ୟରେ ୫୦ଟି ସୁନା ଚେନ ଲୁଟ କରିବା ଲାଗି ଲକ୍ଷ୍ୟ ରଖିଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.