Below header

ପୁଲିସକୁ ଚାପୁଡା ମାରି ଗିରଫ ହେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲାଙ୍କୁ ପୁଲିସ ଗରିଫ କରିଛି । ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି । ସୋମବାର ଦିନ ଘଟିଥିଲା ଏହି ଘଟଣା ।

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲାଙ୍କୁ ପୁଲିସ ଗରିଫ କରିଛି । ହାଇଦ୍ରାବାଦରେ ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି । ସୋମବାର ଦିନ ଘଟିଥିଲା ଏହି ଘଟଣା ।

ଓ୍ଵାଇଏସ ଶର୍ମିଲା ପୁଲିସକୁ ଚାପୁଡା ମାରୁଥିବାର ଏକ ଭିଡିଓ ଦେଖିବାକୁ ମିଳୁଛି। ଫଳରେ ପୋଲିସ ତାଙ୍କୁ ସଂଗେ ସଂଗେ ଗିରଫ କରିଛି । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ ମାମଲାର ତଦନ୍ତ ଚାଲିଥିବା ବେଳେ ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି।

ଆଜି ଶର୍ମିଲା ଏସ୍ଆଇଟି ଅଫିସ ଭିତରକୁ ଏହା ବିରୋଧରେ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଉଥିଲେ। ହେଲେ ତାଙ୍କ ଗାଡ଼ିକୁ କିଛି ପୁଲିସ କର୍ମଚାରୀ ଅଟକାଇ ଭିତରକୁ ଯିବାକୁ ଦେଇ ନଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଶର୍ମିଲା ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ମାରିଥିଲେ। ଅନ୍ୟ ମହିଳା ପୁଲିସ କର୍ମଚାରୀ ଙ୍କୁ ମଧ୍ୟ ଧକ୍କା ମାରିଥିଲେ । ଏହି ଘଟଣାରେ ପୁଲିସ ଶର୍ମିଲାଙ୍କୁ ଗିରଫ କରି ଥାନକୁ ନେଇ ଯାଇଥିବା ବେଳେ ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.