ପରକୀୟା ପ୍ରୀତିର କରୁଣ ପରିଣତି, ପ୍ରେମିକର ତଣ୍ଟି କାଟିଲା ପ୍ରେମିକାର ସ୍ୱାମୀ

କେନ୍ଦୁଝର ଜିଲା ତୁରୁମୁଙ୍ଗାରେ ଅଭାବନୀୟ ଘଟଣା। ଜଣେ ଯୁବକ ଶୋଇଥିବା ଅବସ୍ଥାରେ ତାଙ୍କର ତଣ୍ଟି କାଟିଛନ୍ତି ଆଉ ଜଣେ ଯୁବକ। ତୁରୁମୁଙ୍ଗାର ଭାଗୀରଥି ମୁଣ୍ଡା ନାମକ ଜଣେ ଯୁବକ ଗତ ୬ମାସ ଧରି ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ନେଇ ପଳାଇ ଆସିଥିଲେ।

ଆନନ୍ଦପୁର(କେନ୍ୟୁଜ୍):ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ। ପ୍ରେମିକର ତଣ୍ଟି କାଟିଲା ପ୍ରେମିକାର ସ୍ୱାମୀ। କେନ୍ଦୁଝର ଜିଲା ତୁରୁମୁଙ୍ଗାରେ ଅଭାବନୀୟ ଘଟଣା। ଜଣେ ଯୁବକ ଶୋଇଥିବା ଅବସ୍ଥାରେ ତାଙ୍କର ତଣ୍ଟି କାଟିଛନ୍ତି ଆଉ ଜଣେ ଯୁବକ। ତୁରୁମୁଙ୍ଗାର ଭାଗୀରଥି ମୁଣ୍ଡା ନାମକ ଜଣେ ଯୁବକ ଗତ ୬ମାସ ଧରି ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ନେଇ ପଳାଇ ଆସିଥିଲେ।

ଆଜି ଦ୍ୱିପଦରରେ ସେ ଘରେ ଶୋଇଥିବା ବେଳେ ମହିଳାଙ୍କ ସ୍ୱାମୀ ଭାଗୀରଥିଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତ ଭାଗୀରଥି ମୁଣ୍ଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାଗୀରଥିଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.