ସେନାରେ ସମଲିଙ୍ଗୀ ସମ୍ପର୍କର ସ୍ଥାନ ନାହିଁ : ସେନା ଅଧ୍ୟକ୍ଷ

ନୂଆଦିଲ୍ଲୀ : ସେନା ମୁଖ୍ୟଙ୍କ ଏକ ବିବାଦୀୟ ମନ୍ତବ୍ୟ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍‌ କହିଛନ୍ତି ଯେ ‘‘ସେନାରେ ସମଲିଙ୍ଗୀ କିମ୍ବା ପରକୀୟା ସମ୍ପର୍କର ସ୍ଥାନ ନାହିଁ । ଆମର ଏଠି ଏସବୁ ଚଳିବ ନାହିଁ’’ । ସେ ଏକଥା ମଧ୍ୟ କହିଛନ୍ତି ଯେ ଆମେ ଦେଶର ଆଇନ୍‌ କିମ୍ବା ସମ୍ବିଧାନର ଊର୍ଦ୍ଧ୍ୱରେ ନୋହୁଁ । ତେବେ ଆମେ ଏତେ ଆଧୁନିକ ହୋଇ ନାହୁଁ କି ପାଶ୍ଚାତ୍ୟର ପରମ୍ପରାକୁ ଆପଣାଇ ନାହୁଁ ଯେ ଏସବୁକୁ ଗ୍ରହଣ କରି ନେବୁ । ଆମେ ଏବେବି ଆମ ସେନା ବିଭାଗ ନିୟମ ଅନୁଯାୟୀ କାର୍ଯ୍ୟ କରିବୁ । ସେନାର ବାର୍ଷିକ କାର୍ଯ୍ୟକ୍ରମ ବେଳେ ସେନା ଅଧ୍ୟକ୍ଷ ବିପିନ ରାଓ୍ଵତ୍‌ ଏ କଥା କହିଥିଲେ । ଆଜି ଦେଶକୁ ଉଦବୋଧନ ଦେବା ଅବସରରେ ଜେନେରାଲ ରାଓ୍ଵତ୍‌ ଜମ୍ମୁ କଶ୍ମୀର, ଆତଙ୍କବାଦ ଆଦି ପ୍ରସଙ୍ଗ ସମେତ ସମଲିଙ୍ଗୀ ସମ୍ପର୍କ ଉପରେ ମଧ୍ୟ କହିଥିଲେ ।

ସମଲିଙ୍ଗୀ ସମ୍ପର୍କକୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଆର୍ମି ଆକ୍ଟ ୧୯୫୦ର ସେକସନ୍‌ ୪୫ ଓ ୪୬ରେ ଏହାକୁ ଅପରାଧ ବୋଲି କୁହାଯାଇଛି । ସେଭଳି କିଛି ଅପ୍ରାକୃତିକ କାର୍ଯ୍ୟ କଲେ କୋର୍ଟ ମାର୍ସାଲ ସହ ୭ ବର୍ଷ ଯାଏ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.