Below header

କରୋନା କବ୍ଜାରେ ଏସିଆର ସବୁଠୁ ବଡ଼ ବସ୍ତି ଧାରାବୀ, ସାମ୍ନାକୁ ଆସିଲା ଆଉ ଦୁଇଟି ନୂଆ ମାମଲା

ଏସିଆର ସବୁଠାରୁ ବଡ଼ ବସ୍ତି ମୁମ୍ବାଇସ୍ଥିତ ଧାରାବୀରେ କରୋନା ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଏହି ବସ୍ତିରେ ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି। ଧାରାବୀରେ କରୋନାର ଆଉ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଦୁଇଟିକୁ ମିଶାଇ ଧାରାବୀ ରେ ମୋଟ ୫ଟି ମାମଲା ହୋଇଛି। ଏହି ନୂଆ ମାମଲାରେ ଜଣେ ୩୦ ବର୍ଷୀୟା ମହିଳା ଅଛନ୍ତି। ଏହି ମହିଳା କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୪୮ ବର୍ଷ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ମାର୍ଚ୍ଚ ୨ ତାରିଖରେ ଏହି ଅଞ୍ଚଳରୁ ଦ୍ଵିତୀୟ ମାମଲା ସାମ୍ନାକୁ ଆସିଥିବା ବେଳେ ପ୍ରଥମ ମାମଲା ମାର୍ଚ୍ଚ ୧ରେ ଜଣାପଡ଼ିଥିଲା। ସାରା ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରମଣ ମହାରାଷ୍ଟ୍ରରେ ଦେଖାଯାଇଛି, ଏଣୁ ଚିନ୍ତା ବଢ଼ିବାରେ ଲାଗିଛି।

ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ଧାରାବୀ ବସ୍ତି। ଏହି ବସ୍ତିକୁ ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତି ବୋଲି କୁହାଯାଏ। ଏଠାରେ ପ୍ରାୟତଃ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବାରୁ ସଂକ୍ରମଣର ଭୟ ବଢ଼ିଛି। ଏହି ଅଞ୍ଚଳରେ ଘରକୁ ଘର ଲାଗିଛି ଏଣୁ ଯଦି ଜଣେ ସଂକ୍ରମିତ ହୁଏ ତେବେ ବିଜୁଳି ବେଗରେ ସାରା ବସ୍ତି ସଂକ୍ରମିତ ହୋଇଯିବ। ଏତେ ସଂଖ୍ୟକ ଲୋକଙ୍କୁ ମେଡିକାଲରେ ରଖି ଚିକିତ୍ସା କରିବା ମଧ୍ୟ ସମ୍ଭବ ନୁହେଁ।

COVID-19 in Dharavi is Mumbai's worst nightmare | Deccan Herald

ଅନ୍ୟମାନଙ୍କ ଭଳି ଏଠାକାର ଲୋକ ନିଜକୁ ହୋମ କ୍ବାରେଣ୍ଟାଇନରେ ମଧ୍ୟ ରଖିପାରିବେ ନାହିଁ କାରଣ ସେମାନଙ୍କ ପାଖରେ ଅତିରିକ୍ତ ଘର ନାହିଁ। ଏଣୁ କରୋନା ଭାଇରସ ସଂକ୍ରମଣକୁ ଯଦି ଏହି ବସ୍ତିରେ ତୁରନ୍ତ ରୋକାନହୁଏ ତେବେ ପରିସ୍ଥିତି ଯେ ସାଂଘାତିକ ନ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.