Below header

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, ପୋଲିସ ନୁହେଁ ଏବେ ସଂସଦ ଭବନର ସୁରକ୍ଷା ଦାୟିତ୍ୱରେ ରହିବ CISF

ସିଆଇଏସଏଫ୍ ହାତରେ ସଂସଦ ଭବନର ସୁରକ୍ଷା ଦାୟିତ୍ୱ । ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦ ଭବନ ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ନେଇଛି ।

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସିଆଇଏସଏଫ୍ ହାତରେ ସଂସଦ ଭବନର ସୁରକ୍ଷା ଦାୟିତ୍ୱ । ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦ ଭବନ ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ନେଇଛି । ଏବେ ଦିଲ୍ଲୀ ପୋଲିସ ନୁହେଁ ସିଆଇଏସଏଫ ଯବାନ ସଂସଦ ସୁରକ୍ଷା କରିବେ ।

ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ ବ୍ୟାପକ ଭାବେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗର ନିୟମିତ ନିୟୋଜନ କରାଯାଇପାରିବ ।

ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତତ୍‌ସଂଲଗ୍ନ ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି । ଏହାଛଡା ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆରପିଏଫ ମଧ୍ୟ ଉପସ୍ଥିତି ରହିବେ । ସିଆଇଏସଏଫ ଦିଲ୍ଲୀ ଏୟାରପୋର୍ଟ ଏବଂ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ୱରେ ରହିଛି ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.