ଏବେ ଜନ୍ମଦିନଠୁ ଆରମ୍ଭ କରି ରିଟାୟରମେଣ୍ଟ ପର୍ଯ୍ୟନ୍ତ, ଆପଣ ନିଜ ଫଟୋରେ ଜାରି କରାଇ ପାରିବେ ଡାକ ଟିକେଟ

ଆଜିକାଲି ସମସ୍ତେ ନିଜ ଜନ୍ମଦିନ, ବିବାହ, ବିବାହ ବାର୍ଷିକୀ ଏବଂ ଅବସର ଗ୍ରହଣକୁ ସ୍ମରଣୀୟ କରିବା ପାଇଁ କିଛି ନିଆରା କରିବାକୁ ଚାହୁଁଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି, ଆପଣଙ୍କ ଜୀବନର ଏହି ମହତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ନେଇ ଡାକ ଟିକେଟ ମଧ୍ୟ ଜାରି କରାଯାଇପାରିବ ? ବାସ୍ତବରେ ଏହା ସମ୍ଭବ ହୋଇଛି। ଏ ନେଇ ବାରାଣସୀ ଜୋନର ପୋଷ୍ଟମାଷ୍ଟର ଜେନେରାଲ କୃଷ୍ଣ କୁମାର ଯାଦବ କହିଛନ୍ତି, ଡାକ ବିଭାଗର ‘My Stamp’ ସେବା ଅଧୀନରେ ଲୋକଙ୍କ ଜୀବନର ସୁନ୍ଦର ମୁହୂର୍ତ୍ତକୁ ଡାକ ଟିକେଟରେ ସ୍ଥାନ ଦିଆଯାଇପାରିବ।

hhv

ବିଶ୍ୱେଶ୍ୱରଗଞ୍ଜସ୍ଥିତ ବାରାଣସୀ ପ୍ରଧାନ ଡାକଘରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ୫ ଟଙ୍କାର ଡାକ ଟିକେଟରେ ନବଜାତ ଶିଶୁ, ବାର୍ଥ ଡେ ବୟ କିମ୍ବା ବାର୍ଥ ଡେ ଗାର୍ଲ, ନବବିବାହିତ ଦମ୍ପତିଙ୍କର ସ୍ମରଣୀୟ ଫଟୋ ଆଦି ‘My Stamp’ ଜରିଆରେ ସେଭ କରାଯାଇପାରିବ। ଏହି ଡାକ ଟିକେଟ ଦେଶରେ କୌଣସି ବି ପୋଷ୍ଟାଲର ଆଦାନ ପ୍ରଦାନ ପାଇଁ ବ୍ୟବହାର କରାଯାଇପାରିବ।

ijjg

ମାତ୍ର ୩୦୦ ଟଙ୍କା ଖର୍ଚ୍ଚରେ ୧୨ ଡାକ ଟିକେଟର ଏକ ସିଟ ପ୍ରସ୍ତୁତ କରାଯାଇପାରିବ। ଏହି ଡାକ ଟିକେଟଗୁଡ଼ିକରେ ଜନ୍ମଦିନର ଶୁଭକାମନା, ଶୁଭ ବିବାହ, ବିବାହ ବାର୍ଷିକୀ ଶୁଭେଚ୍ଛା ଏବଂ ବେଷ୍ଟ ଉଇସେଜ ଅନ ୟୋର ରିଟାୟରମେଣ୍ଟ ସହିତ ଫଟୋ ଲଗାଯିବ। ତେବେ ସେଲ୍ଫି ଫଟୋ ଉପରେ ମଧ୍ୟ ‘My Stamp’ ମାଧ୍ୟମରେ ଡାକ ଟିକେଟ ଜାରି କରାଯାଇପାରିବ।

Leave A Reply

Your email address will not be published.