ବାହାରିନ୍‌ରେ ପ୍ରବାସୀ ଓଡ଼ିଆ ଧୁମ୍‌ଧାମ୍‌ରେ ହୋଲି ଖେଳିଲେ

ବିଦେଶରେ ବି ଓଡ଼ିଆମାନେ ଧୁମ୍‌ଧାମ୍‌ରେ ହୋଲି ଖେଳିଛନ୍ତି । ବାହାରିନ୍‌ ଓଡିଆ ସମାଜ ପକ୍ଷରୁ ବେଶ୍‌ ଉତ୍ସାହର ସହ ରଙ୍ଗର ପର୍ବକୁ ପାଳନ କରାଯାଇଛି । ସେଠାକାର ଓଡ଼ିଆ ସମାଜର ସଦସ୍ୟମାନେ ସଂଗଠନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପବିତ୍ର ଦୋଳ ଉତ୍ସବ ପାଳନ କରିଥିଲେ । ଯାହା ଫଳରେ ବିଦେଶ ମାଟିରେ ବି ଓଡିଆ ସଂସ୍କୃତିକୁ ଉସଭାସିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ଓଡିଆ ଲୋକ ନୃତ୍ୟ, ହୋଲି ରଙ୍ଗ ଖେଳ ଏବଂ ସୁସ୍ୱାଦୁ ଓଡିଆ ରୋଷେଇ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ବିଦେଶ ମାଟିରେ ଓଡ଼ିଆ ଭାଷାଭାଷୀମାନେ ସପରିବାର ମିଳିତ ହୋଇ ରଙ୍ଗ ଖେଳର ମଜା ନେଇଥିଲେ । ଯାହା ଏକ ବିଶେଷ ପରିବେଶ ସୃଷ୍ଟି କରିଥିଲା।

BAHARIN HOLI

ପରସ୍ପରକୁ ରଙ୍ଗ ଏବଂ ଶୁଭେଚ୍ଛା ଜଣାଇଥିଲେ। ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି କି ଏହି ପ୍ରେମ ଏବଂ ସୌହାର୍ଦ୍ଦର ପର୍ବ ପାଳନ କରିବା ବେଳେ ଆମେ ବିଶ୍ୱ ଶାନ୍ତି ଓ ଭାଇଚାରା ପାଇଁ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.