Below header

ଭୁବନେଶ୍ବର ମେୟର ପଦ ପାଇଁ ବିଜେଡିକୁ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଲାଭ ଦେବକି? ବିରୋଧୀଙ୍କୁ ଘାରିଛି ଭୟ

ଭୁବନେଶ୍ବର(କେନ୍ୟୁଜ୍):ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗରର ପାରିପାର୍ଶ୍ୱିକ ଅଞ୍ଚଳକ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକାମ୍ର ଯୋଜନା। ୮୦ ଏକର ପରିମିତ ଜାଗାରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ଯୋଜନା କରାଯାଇଛି। ମୁନିସିପାଲିଟି ନିର୍ବାଚନ ଉପରେ ଏହା କୌଣସି ପ୍ରଭାବ ପକାଇବ କି? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକାମ୍ର କ୍ଷେତ୍ରରେ ଏକାମ୍ର ଯୋଜନା ବିଜେଡି ପାଇଁ ଭୋଟ ବ୍ୟାଙ୍କ ହେବ କି ବୋଲି ବିରୋଧୀଙ୍କୁ ଭୟ ଘାରିଛି। ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହା ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିମୋହିତ କରିବା ସହ ରାଜ୍ୟ ସରକାର ପ୍ରଶଂସା ସାଉଟୁଛନ୍ତି।

ଏକାମ୍ର ଯୋଜନା ଆରମ୍ଭ ହେବା ପରେ ଅନେକ ମନ୍ଦିର, ବହୁ କୀର୍ତ୍ତିରାଜି ସାମ୍ନାକୁ ଅସିଛି। ବିଭିନ୍ନ ଐତିହ୍ୟ, ବହୁ ପବିତ୍ର ପୁଷ୍କରିଣୀ, ଭୋଗ ମଣ୍ଡପ, ପୂରାତନ ମୂର୍ତ୍ତି ଲୁପ୍ତ ହୋଇ ରହିଥିଲା। କାମ ଆରମ୍ଭ ହେବା ପରେ ଏହା ଲୋକଲୋଚନକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବାରମ୍ବାର ଲିଙ୍ଗରାଜ ମନ୍ଦିର ଯାଇ ଏକାମ୍ର ଯୋଜନା କାର୍ଯ୍ୟ ଅଗ୍ରଗତିର ତଦାରଖ କରୁଛନ୍ତି। ବଦଳିଛି ଲିଙ୍ଗରାଜଙ୍କ ପରିସର ଚତୁଃପାର୍ଶ୍ୱ ।

bjd

ଏକାମ୍ର ଯୋଜନା ସହ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ମଧ୍ୟ ଘୋଷଣା କରାଯାଇ ଥିଲା। ବର୍ତ୍ତମାନ ସୁଦ୍ଧା ବିସ୍ଥାପିତଙ୍କ ଥଇଥାନ ଚୂଡ଼ାନ୍ତ ପର୍ଯ୍ୟାୟରେ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ସେବାୟତଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ବେଶ ଖୁସି ପ୍ରକାଶ କରିଛନ୍ତି। ତେବେ ଏକାମ୍ର ଯୋଜନାରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା କିଛି ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି। ସେପଟେ ଖୁବ ଶୀଘ୍ର ସୌନ୍ଦର୍ଯ୍ୟକରମ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି। ତେବେ ଏକାମ୍ର ଯୋଜନା ବିଜେଡିକୁ ଭୋଟ ଯୋଗାଡ଼ କରିବାରେ କେତେ ସହାୟକ ହେଉଛି ତାହା ନିର୍ବାଚନ ଫଳାଫଳ ଆସିଲେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.