Below header

ମୋ ପୁଅ ଡାକ୍ତର ହେବାକୁ ଚାହୁଁଥିଲା, ଏବେ ତାର ମୃତଦେହ ଡାକ୍ତରୀ ଛାତ୍ରଙ୍କ କାମରେ ଆସିବ

ବେଙ୍ଗାଲୁରୁ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣରେ ଜଣେ ଭାରତୀୟ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ପ୍ରୟ ଦୁଇ ସପ୍ତାହ ତଳେ ନବୀନ ଶେଖରପ୍ପା ନାମକ ଏହି ଛାତ୍ର ଜଣକ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କର ମୃତଦେହ ଏଯାଏ ଭାରତ ଆସି ପାରିନାହିଁ । ତେବେ କେନ୍ଦ୍ର ସରକାରଙ୍କ ନିରନ୍ତର ଉଦ୍ୟମ ପରେ ସୋମବାର ଭୋରୁ ନବୀନଙ୍କ ମର ଶରୀର ଭାରତରେ ପହଞ୍ଚିବ । ଏହା ପୂର୍ବରୁ ତାଙ୍କ ବାପା ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମୁଁ ମୋ ପୁଅର ମୃତଦେହ ମେଡିକାଲ ଶିକ୍ଷା ପାଇଁ ଦାନ କରିବି ।

ନବୀନଙ୍କ ବାପା କହିଛନପ୍ତି କି ମୋ ପୁଅ ଚାହୁଁଥିଲା ଡାକ୍ତର ହେବା ପାଇଁ । ସେ ତ ରହିଲାନି । ତେଣୁ ତାର ମୃତ ଶରୀର ଅନ୍ତତଃ ସେଇ ମେଡିକାଲ ଶିକ୍ଷାରେ ଲାଗୁ । ଯାହା ଅନ୍ୟ ଶିକ୍ଷାର୍ଥୀଙ୍କ କାମରେ ଆସିବ । ନବୀନଙ୍କ ମୃତଦେହ ରାତି ପ୍ରାୟ ୩ଟା ବେଳେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାକୁ ତାଙ୍କ ଗାଁକୁ ନିଆଯିବ । ପୂଜା ପରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବ ।

ଗତ ମାର୍ଚ୍ଚ ୧ ତାରିଖରେ ୟୁକ୍ରେନର ଖାରକିଭ ସହରରେ ନବୀନ ଖାଦ୍ୟ ଆଣିବାକୁ ଏକ ସୁପର ମାର୍କେଟ ଯାଇଥିବା ବେଳେ ରୁଷ ସେନାର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ । କର୍ଣ୍ଣାଟକ ସରକାର ନବୀନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ନବୀନ ୟୁକ୍ରେନର ଆରକିଟେକ୍ଟୋରା ବେକାଟୋଭାରେ ରହୁଥିଲେ। ସେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପଢୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.