Below header

ସମଲିଙ୍ଗୀ ହତ୍ୟାକାରୀ ନିଜ ପ୍ରେମୀଙ୍କୁ ତଣ୍ଟି ଚିପି ମାରିଲା କାହିଁକି ?

ଆମେରିକାରେ ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧଙ୍କୁ ଜଣେ ଯୁବକ ହତ୍ୟା କରିଛନ୍ତି । ତେବେ ଏଇ ହତ୍ୟା ପଛରେ ରହିଛି ବଡ଼ ଏକ କାରଣ । ୨୫ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଜୁଆନ ତେଜଦୋର ବେରନ୍‌ । ଆଉ ବୃଦ୍ଧ ଜଣକର ନାଁ ଗ୍ୟାରି ରୁବି । କାଲିଫର୍ଣ୍ଣିଆ ପୋଲିସ୍‌ ଠାରୁ ଯାହା ସୂଚନା ମିଳିଛି କି ଏ ଦୁଇଜଣଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିଲା । ଯେତେବେଳେ ଜୁଆନ୍‌ଙ୍କୁ ଜଣାପଡ଼ିଲା କି ଗ୍ୟାରି ହେଉଛନ୍ତି ଏଚ୍‌ଆଇଭି ସଂକ୍ରମିତ ସେତେବେଳେ ସେ ତାଙ୍କର ତଣ୍ଟିଚିପି ହତ୍ୟା କରିଛି ।
ଗ୍ୟାରିଙ୍କୁ ମାରିବା ପରେ ତାଙ୍କରି ଘର ବାଥଟବ୍‌ କଂକ୍ରିଟ୍‌ ତଳେ ଲାସ୍‌କୁ ଲୁଚାଇ ରଖିଥିଲା । ତେବେ ଧରା ପଡ଼ିବା ପରେ ଜୁଆନ୍‌ ହତ୍ୟା କରିଥିବା କଥା ସ୍ୱୀକାର କରିଛି । ରୁବି ଏଚ୍‌ଆଇଭି ପଜିଟିଭ ବୋଲି ଜାଣିବା ପରେ ହିଁ ସେ ତାଙ୍କୁ ମାରିଥିବା କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.