Below header

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣା : ରାତି ଅଧରେ ଜଣେ ଅପରାଧୀ ପେଟ୍ରୋଲ ପମ୍ପ୍‌କୁ ଯାଇଥିଲା ତେଲ ଆଣିବା ପାଇଁ

ହାଇଦ୍ରାବାଦ : ଡାକ୍ତରାଣୀ ଦୁଷ୍କର୍ମ ଓ ପୋଡ଼ି ମାରିଦେବା ଘଟଣାର ଏକ ଭିଡିଓ ମିଳିଛି । ଦୁଷ୍କର୍ମ କରିବା ପରେ ସେହି ରାତିରେ ଅନ୍ୟତମ ଅଭିଯୁକ୍ତ ଜୁଲୁ ଶିବା ଏକ ପେଟ୍ରୋଲ ପମ୍ପ୍‌କୁ ଯାଇଥିଲା । ତା ହାତରେ ଏକ ପ୍ଲାଷ୍ଟିକ୍‌ ପାଣି ବୋତଲ ଥିଲା ଏବଂ ସେ ପେଟ୍ରୋଲ କିଣିବାକୁ ଚାହିଁଥିଲା । ହେଲେ ସେହି ପେଟ୍ରୋଲ ପମ୍ପର କର୍ମଚାରୀ ତାକୁ ଖୋଲାରେ ଏଭଳି ଭାବେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ମନା କରି ଦେଇଥିଲେ । ତେଣୁ ସେ ଅନ୍ୟ କୌଣସି ଜାଗାକୁ ଚାଲି ଯାଇଥିଲା ।

HYDERABAD-2

ତେବେ ଏହି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ଜୁଲୁ ଶିବା ଆସି ପେଟ୍ରୋଲ ମାଗିବାର ଦୃଶ୍ୟ କଏଦ ହୋଇଥିଲା । ସେ ରାତି ପ୍ରାୟ ଗୋଟିଏ ବେଳେ ଆସିଥିଲା । ଅନୁମାନ କରାଯାଉଛି ସେ ପେଟ୍ରୋଲ ନେଇ ଯିବା ପରେ ଅପରାଧୀମାନେ ଡାକ୍ତରାଣୀଙ୍କୁ ପୋଡ଼ି ମାରିଥିଲେ ।
ତେବେ ପେଟ୍ରୋଲ ପମ୍ପ୍‌ର ଏହି ସିସିଟିଭି ଦୃଶ୍ୟ ପୋଲିସ୍‌କୁ ଖୁବ୍‌ ସାହାଯ୍ୟ କଲା । ଏହି ଚିତ୍ରରୁ ଜୁଲୁ ଏବଂ ତାର ସହଯୋଗୀକୁ ପୋଲିସ୍‌ ଅତି କମ୍‌ ସମୟରେ ଧରି ପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.