ଦୁଷ୍କର୍ମକାରୀକୁ କୋର୍ଟ ପରିସରରେ ଖୁବ୍‌ ପିଟିଲେ ଓକିଲ, କେହିବି ଲଢ଼ିବେ ନାହିଁ କେସ୍‌

ଇନ୍ଦୋର : ଦୁଷ୍କର୍ମକାରୀଙ୍କ ବିରୋଧରେ ସାରା ଦେଶ ଏବେ ଏକଜୁଟ୍‌ ହୋଇଛି । ସବୁଠି ଦେଖିବାକୁ ମିଳୁଛି ଆକ୍ରୋଶ । ନିକଟରେ ଇନ୍ଦୋରଠାରେ ଏକ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୁକ୍ତକୁ କୋର୍ଟ ନିଆଯାଉଥିଲା । ପୋଲିସ୍‌ ସେହି ଅଭିଯୁକ୍ତକୁ କୋର୍ଟରେ ହାଜର କରିବା ପାଇଁ ନେଲା ବେଳେ କୋର୍ଟ ପରିସରରେ ଉପସ୍ଥିତ ଥିବା ଦୁଇ ଜଣ ଓକିଲ ତାକୁ ଆକ୍ରମଣ କଲେ । ଏହା ପରେ ସେଠାରେ ଥିବା ଅନ୍ୟ ଓକିଲମାନେ ମିଶି ଅଭିଯୁକ୍ତକୁ ଖୁବ୍‌ ମାଡ଼ ମାରିଲେ । ପୋଲିସ୍‌ ବହୁ କଷ୍ଟେରେ ଅଭିଯୁକ୍ତକୁ ସେମାନଙ୍କ ଠାରୁ ମୁକୁଳାଇ ଅଦାଲତ ଭିତରକୁ ନେଇ ଯାଇଥିଲା । ଅଭିଯୁକ୍ତର ନାଁ ହେଉଛି ଅଙ୍କିତ ବିଜୟବର୍ଗୀୟ । କୌଣସି ଓକିଲ ତା ପକ୍ଷରୁ କେସ୍‌ ଲଢ଼ିବେ ନାହିଁ ମଧ୍ୟ ସ୍ଥାନୀୟ ଓକିଲ ସଂଘ ନିଷ୍ପତ୍ତି ନେଇଛି ।

INDORE-1ଏହି ଅପରାଧୀ ଜଣକ ସ୍ୱୀକାର କରିଛି ଯେ ରେଳବାଇ ଓଭର୍‌ ବ୍ରିଜ୍‌ ତଳେ ପିଲାଟି ନିଜ ମା ବାପାଙ୍କ ପାଖରେ ଶୋଇଥିବା ବେଳେ ସେ ତାକୁ ଉଠାଇ ଆଣିଥିଲା । ପରେ ତାକୁ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲା । ନାବାଳିକାଟି ଜୋର୍‌ରେ କାନ୍ଦିବାରୁ ତାର ତଣ୍ଟି ଚିପି ମାରି ଦେଇଥିଲା ।
ବର୍ତ୍ତମାନ ଜାଗିଛି ସାରା ଦେଶ । ଏକଥା ସତ ଯେ ଲୋକେ ସଚେତନ ହେଲେ ସବୁ କିଛି ଠିକ୍‌ ହୋଇଯିବ । କୌଣସି ଦୁଷ୍କର୍ମକାରୀକୁ ଶାସ୍ତି ମିଳୁଥିବା ବେଳେ ଓକିଲ ଓ ପରିବାର ଏବଂ ପଡ଼ୋଶୀଙ୍କ ସହଯୋଗ ମିଳିଲେ ଅନେକାଂଶରେ ଏଭଳି ଅପରାଧ କମିଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.