Below header

ପ୍ରାୟ ମାସେ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଲେ ଲତା ମଙ୍ଗେସ୍କର, ଧନ୍ୟବାଦ ଜଣାଇଲେ ଡାକ୍ତରଙ୍କୁ

ମୁମ୍ବାଇ : ସୁର ସାମଜ୍ଞୀ ଲତା ମଙ୍ଗେସ୍କର ଦୀର୍ଘ ୨୮ ଦିନ ଧରି ମୁମ୍ବାଇ ବ୍ରିଚ୍‌କାଣ୍ଡି ହସପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତ ନଭେମ୍ବର ୧୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସୁସ୍ଥତା ପାଇଁ ସାରା ଦେଶ ପ୍ରାର୍ଥନା କରିଥିଲା । ଆଜି ସେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।


ତେବେ ଫେରିବା ପରେ ଲତା ପୁଣି ସୋସିଆଲ ମିଡିଆରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ସେ ଟ୍ଵିଟ୍‌ କରି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଏହି ଡାକ୍ତରମାନେ ମୋ ପାଇଁ ଭଗବାନ ସଦୃଶ । ଡାକ୍ତରଖାନା କର୍ମଚାରୀମାନେ ମଧ୍ୟ ବହୁତ ଭଲ । ଏମାନଙ୍କ ପାଖରେ ମୁଁ ଋଣୀ । ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । ଆଶା କରୁଛି ଭବିଷ୍ୟତରେ ମଧ୍ୟ ସେମାନଙ୍କ ମୋ ପ୍ରତି ଶ୍ରଦ୍ଧା ଓ ଆଶୀର୍ବାଦ ଏହିଭଳି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.