Below header

ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ଚାରିପେଟ ଚାଲିବ ବୋଲ୍‌ଡୋଜର, ଉଚ୍ଛେଦକୁ ବିରୋଧ କଲେ ଦୋକାନୀ

ଭୁବନେଶ୍ବର(କେନ୍ୟୁଜ୍): ଶ୍ରୀମନ୍ଦିର ପରି ଚମକି ଉଠିବ ଲିଙ୍ଗରାଜ ମନ୍ଦିର । ମନ୍ଦିର ଚାରିପଟେ ଚାଲିବ ବୋଲ୍‌ଡୋଜର । ଆରମ୍ଭ ହେବ ଉଚ୍ଛେଦ । ହଟିବ ଦେବୋତ୍ତର ଜମିରୁ କବ୍‌ଜା । ଆସନ୍ତାକାଲି ପୂର୍ବାହ୍‌ଣରୁ ମହାଖଳାଠାରୁ ବଢେଇବାଙ୍କ ଯାଏ ରଥଦାଣ୍ଡର ଉତ୍ତରପଟ କଡ଼ରେ ଉଚ୍ଛେଦ କରାଯିବ । ତେଣୁ ବ୍ୟବସାୟୀଙ୍କୁ ଦୋକାନ ଖାଲି କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଦୀର୍ଘ ବର୍ଷ ହେବ ଲିଙ୍ଗରାଜଙ୍କ ଜମିରେ ଦୋକାନ ରହିଛି । ଏକ ମାସ ତଳେ ବିଏମ୍‌ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା । ନକ୍ସାର ସ୍ଥିତି ରିପୋର୍ଟ ଆସିବା ପରେ ଦେବୋତ୍ତର ଜମିରୁ ପ୍ରଥମେ ଦୋକାନ ହଟାଇବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଦୋକାନ ଭାଙ୍ଗିବା ପୂର୍ବରୁ ଥଇଥାନ ପାଇଁ ନବନିର୍ମିତ ମାର୍କେଟ୍‌ କମ୍ପ୍ଲେକ୍ସରେ ଜାଗା ଦେବାକୁ ଦୋକାନୀମାନେ ଦାବି କରିଛନ୍ତି । ନିକଟରେ 5T ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ 5T ସଚିବ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସାଢେ ୮କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.