Below header

କିଟର ରୋଜ ଗାର୍ଡେନରେ ହେଲା କାଦମ୍ବିନୀର ଡିସେମ୍ବର ସଂଖ୍ୟା ‘ରମାକାନ୍ତ’ର ସ୍ୱତନ୍ତ୍ର ଉନ୍ମୋଚନ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରୋଜ ଗାର୍ଡେନରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଡିସେମ୍ବର ସଂଖ୍ୟା ରମାକାନ୍ତ ସ୍ୱତନ୍ତ୍ର ଉନ୍ମୋଚିତ ହୋଇଛି। ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ। ଏହି ଅବସରରେ ବରିଷ୍ଠ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାଯ୍ୟର୍ ଓଡିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ପ୍ରଖ୍ୟାତ କବି ରମାକାନ୍ତ ରଥ ତାଙ୍କ ପତ୍ନୀ ଶାନ୍ତି ଦେବୀ କିଟ୍‌ କିସ୍‌ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଏବଂ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଡିସେମ୍ବର ସଂଖ୍ୟ ରମାକାନ୍ତ ସ୍ୱତନ୍ତ୍ର ଉନ୍ମୋଚିତ କରିଥିଲେ । କୁନି କଥା ଡିସେମ୍ବର ସଂଖ୍ୟା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ପଦ୍ମଭୂଷଣ ପ୍ରଖ୍ୟାତ କବି ରମାକାନ୍ତ ରଥ ଏବଂ ତାଙ୍କ ପତ୍ନୀ ଙ୍କୁ କାଦମ୍ବିନୀ ତରଫରୁ ସମ୍ବର୍ଦ୍ଦିତ କରାଯାଇଥିଲା । ବହୁ ବରିଷ୍ଠ ସାହିତ୍ୟିକ ସାହିତ୍ୟିକା ଙ୍କ ସମେତ କବି କବିୟତ୍ରୀ ଲେଖକ ମାନେ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.