ନିତୀଶଙ୍କ ପାଇଁ ବଢୁଛି ଅଡୁଆ : ବନ୍ଧୁତ୍ୱ ଦିବସ ପାଳିଲେ ବିରୋଧୀ

ଫ୍ରେଣ୍ଡ୍‌ସିପ୍‌ ଡେ’ ପୂର୍ବରୁ ବନ୍ଧୁତ୍ୱ ଦିବସ ପାଳିଛନ୍ତି ବିରୋଧୀ । ଗତକାଲି ବିହାର ମୁଜାଫରପୁର ଘଟଣାର ପ୍ରତିବାଦ କରିବାକୁ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହୋଇଥିଲେ । ତେଜସ୍ୱୀ ଯାଦବଙ୍କ ସଭାରେ ଥିଲେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, ସୀତାରାମ ୟେଚୁରୀ, ଡି.ରାଜା, ଶରଦ ଯାଦବ ପ୍ରମୁଖ । କେନ୍ଦ୍ର ଓ ବିହାରର ନୀତିଶ ସରକାରଙ୍କ ଉପରେ ସେମାନେ ବର୍ଷିଥିଲେ ।

ସାଧାରଣତଃ ନୀତିଶ କୁମାରଙ୍କୁ ରାହୁଲ ଟାର୍ଗଟ୍‌ କରନ୍ତିନାହିଁ । ଏଠାରେ କିନ୍ତୁ ଆକ୍ଷେପ କରିଥିଲେ। ଏଥିରୁ ସୂଚନା ମିଳୁଛି, ଆଗକୁ ମୋଦି ବିରୋଧୀ କ୍ୟାମ୍ପରେ ଜେଡିୟୁ ରହିବା ସମ୍ଭାବନା କ୍ଷୀଣ। ଏନ୍‌ଡିଏ ନେଇ ନୀତିଶ କୁମାରଙ୍କ ଜେଡିୟୁ ଅସନ୍ତୁଷ୍ଟ ଥିବା ଜଣାପଡୁଥିଲା । କିନ୍ତୁ ମୁଜାଫରପୁର କାଣ୍ଡ ଜେଡିୟୁକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି ।

ମୁଜାଫରପୁରର ଏକ ସେଲ୍‌ଟର ହୋମ୍‌ରେ ୩୦ରୁ ଅଧିକ ବାଳିକାଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ବିଳମ୍ବରେ କାର୍ୟ୍ୟାନୁଷ୍ଠାନ ଲାଗି ନୀତୀଶ ସରକାର କଡ଼ା ସମାଲୋଚନାର ଶିକାର ହୋଇଛନ୍ତି । ଏ ଘଟଣା ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ପୁଣି ସୁଯୋଗ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.