Below header

ଦେଶବ୍ୟାପୀ ପ୍ରଦର୍ଶନ ପାଇଁ ଇମ୍‌ରାନ୍‌ ଖାନ୍‌ଙ୍କ ଅପିଲ, ଆଜି ଆୟୋଜିତ ହେବ ‘କଶ୍ମୀର ଆଓ୍ଵାର’ କାର୍ଯ୍ୟକ୍ରମ

ପାକିସ୍ତାନ: କଶ୍ମୀର ପ୍ରସଙ୍ଗରେ ସାରା ବିଶ୍ୱରେ ସମର୍ଥନ ପାଇବାରେ ଅସଫଳ ହେବା ପରେ ଏବେ ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଅପିଲ କରିଛନ୍ତି ଇମ୍‌ରାନ୍‌ ଖାନ୍‌ । କାଶ୍ମୀରବାସୀଙ୍କ ସହ ଥିବା ଦେଖାଇବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ । ଆଜି ଦିନ ୧୨ଟାରେ ଆୟୋଜିତ ହେବାକୁ ଥିବା ‘କଶ୍ମୀର ଆଓ୍ଵାର’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କହିଛନ୍ତି । ସେହିପରି ଆଜି ଗୋଟିଏ ମିନିଟ୍‌ ପାଇଁ ଦେଶର ସବୁ ଟ୍ରେନ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ୧୨ଟାରୁ ୧୨ଟା ୩୦ ମଧ୍ୟରେ ୧୩୮ଟି ଟ୍ରେନ୍‌ ଗୋଟିଏ ମିନିଟ୍‌ ପାଇଁ ବନ୍ଦ ରହିବ । ଏହି ସମୟରେ ସାଇରନ୍‌ ଓ ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯିବ । ସବୁ କାମ ଛାଡି ସମସ୍ତେ ରାସ୍ତା ଉପରକୁ ଆସିବା ପାଇଁ ଟ୍ଵିଟ୍‌ କରି ଅପିଲ କରିଛନ୍ତି ଇମ୍‌ରାନ୍‌ ଖାନ୍‌ । ଦେଶଭକ୍ତି ନାଁରେ ଏହା ଇମୋସନାଲ ଅତ୍ୟାଚାର ବୋଲି କିଛି ପାକସ୍ତାନୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.