Below header

ଯାତ୍ରୀମାନଙ୍କ ପାଇଁ ଖୁସି ଖବର: ଏଣିକି ରାତିରେ ବି ଖୋଲା ରହିବ ତାଜମହଲ, ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

ରାତି ସମୟରେ ନିଜର ସୁନ୍ଦରତା ପାଇଁ ସବୁଠାରୁ ଆକର୍ଷଣୀୟ ହୋଇଥାଏ ତାଜମହଲ। ଯାହା ବର୍ତ୍ତମାନ ସମସ୍ତ ପର୍ଯ୍ଯଟକମାନଙ୍କ ପାଇଁ ସୂର୍ଯ୍ଯାସ୍ତ ପରେ ମଧ୍ଯ ଖୋଲା ରହିବ। ତାଜମହଲ ଖୋଲା ରହିବାର ସାଧାରଣ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୬ ଟା ପରିବର୍ତ୍ତେ ଆହୁରି ଅଧିକ ସମୟ ଖୋଲା ରହିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି। ରାତିରେ ଏହି ସ୍ମାରକୀକୁ ଖୋଲା ରଖିବାକୁ ଅନେକ ଅନୁରୋଧ ଆସିଥିବାରୁ ଏହି କାରଣରୁ ତାଜମହଲକୁ ବାସ୍ତବ ରୂପ ଦେବାକୁ କହିଛନ୍ତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ରାତ୍ରୀକାଳୀନ ଜନଗହଳିକୁ ମୁକାବିଲା କରିବାକୁ ପର୍ଯ୍ୟଟନ ମନ୍ତ୍ରାଳୟ ଏହି ସ୍ମାରକୀ ଚତୁଃର୍ପାଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଏବଂ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଇବାକୁ ଯୋଜନା କରାଯାଉଛି।

taj mahalମାସକୁ ମାତ୍ର ପାଞ୍ଚ ଦିନ ରାତିରେ ତାଜମହଲ ଦେଖିବାକୁ ସୁଯୋଗ ମିଳୁଛି। ପୂର୍ଣ୍ଣିମାର ପୂର୍ବ ଦୁଇ ଦିନ ଏବଂ ପୂର୍ଣ୍ଣିମାର ପର ଦୁଇ ଦିନ ରାତିରେ ତାଜମହଲ ଖୋଲା ରହିଥାଏ। ଏବେ ମାତ୍ର ୪୦୦ ପର୍ଯ୍ୟଟକଙ୍କୁ ରାତିରେ ତାଜମହଲ ଦର୍ଶନ କରିବାକୁ ଛଡ଼ା ଯାଉଛି। ପ୍ରାପ୍ତ ବୟସ୍କଙ୍କ ଲାଗି ମୁଣ୍ଡପିଛା ଦେୟ  ୫୧୦ ଟଙ୍କା ପଡୁଥିବା ବେଳେ ପ୍ରତି ପିଲାଙ୍କ ପିଛା ଦେୟ ରହିଛି ୫୦୦ ଟଙ୍କା। ବିଦେଶୀ ନାଗରିକମାନଙ୍କୁ ୭୫୦ ଟଙ୍କା ପଡୁଛି। ଏଥିସହ ସମଗ୍ର ଭାରତରେ ଥିବା ଜନପ୍ରିୟ ସ୍ମାରକୀଗୁଡ଼ିକ ମଧ୍ୟରୁ ୧୦ଟି ସ୍ମାରକୀକୁ ସୂର୍ଯ୍ୟୋଦୟରୁ ରାତି ୯ଟା ଯାଏଁ ଖୋଲା ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଏହାସହ ପଢନ୍ତୁ: ଯବାନମାନଙ୍କ ମନୋବଳ ବଢାଇବା ପାଇଁ ଭିନ୍ନ ପ୍ରୟାସ, ଭାରତ-ପାକ୍‌ ସୀମାରେ ଗଣେଶ ପୂଜା କରିବେ ଏହି ବ୍ୟକ୍ତି,

ସେହି ସ୍ମାରକୀଗୁଡ଼ିକ ହେଉଛି ଓଡ଼ିଶାର ରାଜରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶ ଖଜୁରାହୋର ଦୁହ୍ଲାଦେଓ, ହରିୟାଣାର ଶେଖ୍ ଚିଲି ସମାଧି, ଦିଲ୍ଲୀର ସଫଦରଗଞ୍ଜ ସମାଧି, ହୁମାୟୁନ ସାମଧି, କର୍ଣ୍ଣାଟକର ପଟ୍ଟାଡାକଲ ଏବଂ ଗୋଲ୍ ଗମ୍ବୁଜ ନିକଟରେ ଥିବା ସ୍ମାରକୀ ସମୂହ, ମହାରାଷ୍ଟ୍ର ଚାମସୁରି ଅଞ୍ଚଳର ମାର୍କଣ୍ଡସ୍ଥିତ ମନ୍ଦିର ସମୂହ, ଉତ୍ତର ପ୍ରଦେଶର ବୈଦଶାଳାରେ ଥିବା ମାନ ମହଲ ଏବଂ ଗୁଜରାଟର ରାଣୀ କି ବାବ୍। ଏହି ୧୦ଟି ସ୍ଥାନର ପରିଦର୍ଶନ ସମୟ ବୃଦ୍ଧି କରାଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରି ଏହାକୁ ଇନ୍କ୍ରେଡିବ୍ଲିଇଣ୍ଡିଆ ଅଭିଯାନରେ ସଂଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.