Below header

ଜାଣନ୍ତୁ ମାନବ ଶରୀର ମଧ୍ୟକୁ କେମିତି ପ୍ରବେଶ କରିଥାଏ HIV ଭାଇରସ୍‌

ଶରୀରକୁ ଏଚଆଇଭି ଭାଇରସ କେମିତି ଆସିଥାଏ ଏହା ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ନୂଆ ଅନୁସନ୍ଧାନରେ ଥିଲେ। ଏବେ ପର୍ଯ୍ୟନ୍ତ ଏହି ଭାଇରସକୁ ନେଇ ଟେଷ୍ଟ ଟ୍ୟୁବ୍‌ ସାହାଯ୍ୟରେ ଷ୍ଟଡି କରାଯାଉଥିଲା କିନ୍ତୁ ଏବେ ପ୍ରଥମ ଥର ପାଇଁ ତିନୋଟି ଡାଇମେନସିଆଲ ଟିସୁ-ଲାଇକ ବାତାବରଣରେ ଟେଷ୍ଟ କରାଯାଇଛି। ଏହି ପ୍ରକାରର ବାତାବରଣ ମାନବ ଶରୀରରେ ଦେଖିବାକୁ ମିଳିଥାଏ। ଏବେ ଏହା ପ୍ରଥମ ଥର ସାମ୍ନାକୁ ଆସିଛି ଯେ ଏହା କେମିତି ଶରୀରର ସେଲସ୍‌ ପାଖକୁ ଏଚଆଇଭି ପ୍ରବେଶ କରିଥାଏ।

୩୦ ବର୍ଷ ଧରି ମିଳିପାରୁନଥିଲା ଏହାର ଉତ୍ତର

ଦୀର୍ଘ ୩୦ ବର୍ଷ ଧରି ଅନୁସନ୍ଧାନ ପରେ ମଧ୍ୟ ଏହା ଜଣାପଡିନଥିଲା ଯେ କେମିତି ଏହା ଶରୀରର ବାତାବରଣାରେ ଏଡସ୍‌ ରୋଗ ବା ଏଚଆଇଭି ଭାଇରସ୍‌ ପ୍ରବେଶ କରିଥାଏ। ଏବେ ପର୍ଯ୍ୟନ୍ତ ଯେତିକି ବି ଟେଷ୍ଟ କରାଯାଇଛି ସେସବୁ ପ୍ଲାଷ୍ଟିକ ଟ୍ୟୁବସ୍‌ କିମ୍ବା ପ୍ଲେଟକୁ ନେଇ କରାଯାଇଥିଲା। ଯାହା ମାନବ କୋଶିକା ଗୁଡିକରେ ଭାଇରସର ପ୍ରତିକ୍ରୀୟାକୁ ଦେଖିପାରୁନଥିଲା।

VIRUSମାନବ ଶରୀରର ବାତାବରଣରେ ଭାଇରସ ପ୍ରବେଶ କରିବାର କାରଣ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଇମେଜ୍‌ ପ୍ରୋସେସିଂ, ଥିଅରେଟିକଲ ବାୟୋଫିିଜକ୍ସ ଏବଂ ମ୍ୟାଥମେଟିକାଲର ଏକ୍ସପର୍ଟଙ୍କର ମଧ୍ୟ ସାହାଯ୍ୟ ନେଲେ। ଏହା ଜରିଆରେ ସେ ୩ଡି ବାତାବରଣରେ ସେଲସ୍‌ ଏବଂ ଭାଇରସ୍‌ ମିଶିବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଲା।

ନିଶ୍ଚିତ ପଢନ୍ତୁ : ଆପଣ ଜାଣନ୍ତି ପିଲାଙ୍କୁ ମଧ୍ୟ ହୋଇଥାଏ ଡାଇବେଟିଜ୍, ଜାଣନ୍ତୁ କଣ ଏହାର ନାମ ଏବଂ କେମିତି କରାଯିବ ଚିକିତ୍ସା

କେମିତି ପ୍ରବେଶ କରିଥାଏ ଭାଇରସ

hiv virusରିସର୍ଚ୍ଚରୁ ସାମ୍ନାକୁ ଆସିଲା ଯେ ମାନବ ଶରୀରରେ ଥିବା କୋଶିକାର ତନ୍ତ୍ର ଭାଇରସକୁ ଗୋଟିଏ ସେଲରୁ ଅନ୍ୟ ସେଲ ସହିତ ମିଶିବା ପାଇଁ ବାଧ୍ୟ କରିଥାଏ। ସେଲ୍‌ କଲ୍ଚରର ୩ଡି ବାତାବରଣ ସେଲ୍‌ ଫ୍ରୀ ଭାଇରସ ଦ୍ୱାରା ଇନଫେକସନକୁ ଦବାଇଥାଏ। କିନ୍ତୁ ଏମିତି ହେଲେ ଭାଇରସ ସିଧା ସେଲ ସହିତ ସମ୍ପର୍କ କରି ଅନ୍ୟ ସେଲ ସହିତ ମିଶିବାକୁ ଲାଗିଥାଏ।

ଏହାସହ ପଢନ୍ତୁ : ଜାଣନ୍ତୁ କୁକୁର, ବିଲେଇ ଏବଂ ମାଙ୍କଡ କାମୁଡିବାର କେତେ ଘଣ୍ଟା ଭିତରେ ଟୀକା ନେବା ଜରୁରୀ !

ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ନୂଆ ବିବରଣୀ ସାମ୍ନାକୁ ଆସିବା ପରେ ଏଚଆଇଭି ଭାଇରସର ଚିକିତ୍ସା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିବା ଏବଂ ଭାଇରସକୁ ରୋକିବାରେ ସାହାଯ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.