‘ମୃତ୍ୟୁ ମନ୍ଦିର’: ଯେଉଁଠି ପୂଜା କରିବା ଦ୍ୱାରା ଦୂର ହୁଏ ଅକାଳ ମୃତ୍ୟୁର ଭୟ

ମୃତ୍ୟୁ ମଣିଷ ଜୀବନର ଅନ୍ତିମ ସତ୍ୟ। ଯିଏ ଜନ୍ମ ହୋଇଛି ନିଶ୍ଚିତ ଭାବେ ଦିନେ ନା ଦିନେ ମରିବ। ମୃତ୍ୟୁ ପରେ ସମସ୍ତଙ୍କୁ ଗୋଟେ ସ୍ଥାନକୁ ଯିବାକୁ ପଡିଥାଏ। ସମଗ୍ର ଦୁନିଆରେ ଯେଉଁଠାରେ ମନ୍ଦିର ରହିଛି, ସେଠାରେ ସୁଖ ଓ ସମୃଦ୍ଧି ଦେବ ଦେବତାଙ୍କ ସମର୍ପିତ ରହିଛି। କିନ୍ତୁ ଭାରତର ହିମାଚଳ ପ୍ରଦେଶରେ ଏପରି ଏକ ମନ୍ଦିର ରହିଛି ଯାହା ମୃତ୍ୟୁ ମନ୍ଦିର ନାମରେ ପରିଚିତ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମା ଏହି ମନ୍ଦିରକୁ ଆସିଥାଏ ବୋଲି ଲୋକ ବିଶ୍ୱାସ ରହିଛି। ହିମାଚଳ ପ୍ରଦେଶର ଭରମୋର ସ୍ଥିତି ଏହି ମନ୍ଦିର ମୃତ୍ୟୁରାଜା ଯମରାଜକୁ ସମର୍ପିତ। ସାଧାରଣ ମନ୍ଦିର ଭାବେ ନଜର ଆସୁଥିବା ଏହି ମନ୍ଦିର ବିଷୟରେ ପୁରାଣରେ ବିଚିତ୍ର ଭାବେ ବର୍ଣ୍ଣନା କରାଯାଇଛି।

yamraj temple

ସୂଚନାଯୋଗ୍ୟ, ଏହି ମନ୍ଦିରର ଗୋଟେ ଘର ଖାଲି ରହିଛି, ଯାହାକୁ ଯମରାଜା କକ୍ଷ ବୋଲି କୁହାଯାଏ। ମନ୍ଦିରରେ ଚାରୋଟି ଦ୍ୱାର ରହିଛି। ଯାହା ସୁନା, ରୂପା, ଲୁହା ଏବଂ ତମ୍ବାରେ ନିର୍ମାଣ କରାଯାଇଛି। କୁହାଯାଏ, ପ୍ରତି ଆତ୍ମାକୁ ନିଜର କର୍ମ ହିସାବରେ ଏହିସବୁ ଦ୍ୱାରରେ ପ୍ରବେଶ କରିବାର ଅନୁମତି ମିଳେ। ଗୋଟେ ଭଲ ମହାନ ଆତ୍ମାକୁ ସୁନା ଦ୍ୱାରରେ ପ୍ରଦେଶ କରିବା ଅନୁମତି ମିଳିଥାଏ। ମନ୍ଦିର ଦେଖିଲେ ଆମେ ଭିତରକୁ ଯାଇ ଭଗବାନଙ୍କ ଦର୍ଶନ କରିବା ସହ ପ୍ରଣାମ କରି ନିଜର ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଭିକ୍ଷା କରିଥାଉ। କିନ୍ତୁ ଏହି ମନ୍ଦିରକୁ ଅଧିକାଂଶ ଭକ୍ତ ପ୍ରବେଶ କରିବାକୁ ଡରନ୍ତି। ମନ୍ଦିର ବାହାରେ ହିଁ ପ୍ରଣାମ କରି ଚାଲିଯାଆନ୍ତି। ଏହି ମନ୍ଦିରରେ ଅଦ୍ଭୁତ ଥଣ୍ଡାର ଅନୁଭୂତି ହୋଇଥାଏ ବୋଲି ସେମାନେ କହିଥାନ୍ତି। ଏଠାରେ ପୂଜା କରୁଥିବା ଲୋକଙ୍କ ମନରୁ ଅକାଳ ମୃତ୍ୟୁର ଭୟ ଦୂର ହୋଇଯାଏ।

ଏହା ସହ ପଢ଼ନ୍ତୁ ; ଏହି ଗାଁରେ ଅନ୍ତିମ ଯାତ୍ରାରେ ମହିଳାମାନେ କରିଥାନ୍ତି ଅଶ୍ଳୀଳ ଡ୍ୟାନ୍ସ, କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ…

yamraj-temple-2

ପୁରାଣ ଅନୁସାରେ, ଏହି ମନ୍ଦିର ପୃଥିବୀର ଭୌତିକ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ। ଯେଉଁ ଭୌତିକ ଶକ୍ତିକୁ ପୁରାଣରେ ମାୟା ବୋଲି କୁହାଯାଏ, ତାହା ଏହି ସ୍ଥାନର ମୁଖ୍ୟ କେନ୍ଦ୍ର। କୁହାଯାଏ, ଯେବେ ବି କୌଣସି ଜୀବାତ୍ମାର ମୃତ୍ୟୁ ହୋଇଥାଏ, ସେ ମାୟାରୁ ବାହାରି ଆସିଥାଏ। ଆତ୍ମାର କେବେ ମୃତ୍ୟୁ ନଥାଏ। ମଣିଷର ମୃତ୍ୟୁ ପରେ ଏହା ଅନ୍ୟ ଏକ ଶରୀର ଖୋଜିଥାଏ ବୋଲି ଆମେ ଶୁଣିଛେ। ପ୍ରତ୍ୟେକଙ୍କ ବ୍ୟକ୍ତିଙ୍କୁ ତାଙ୍କର କର୍ମର ଫଳ ମିଳିଥାଏ। ଏହି କର୍ମର ଫଳ ଯମରାଜା ହିଁ ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.