Below header

ପାକିସ୍ତାନ କେନ୍ଦ୍ର ମନ୍ତ୍ରୀଙ୍କ ସହ ୬ ପୋଲିସ କର୍ମୀଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ

ପାକିସ୍ତାନରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସାଇଡ ମାରିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଇସଲାମବାଦ : ପାକିସ୍ତାନରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସାଇଡ ମାରିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଇଦ ପର୍ବ ପାଳନ ଅବସରରେ ଛୁଟି କାଟିବାକୁ ୬ ଜଣ ପୋଲିସ କର୍ମଚାରୀ ଘରକୁ ଆସୁଥିଲେ । ବାଲୁଚିସ୍ତାନ ବାଘା ଅଂଚଳର କ୍ୱେଟା-କରାଚୀ ଜାତୀୟ ରାଜପଥରେ ଶନିବାର ରାତିରେ ଏକ ଟ୍ରକ ତାଙ୍କୁ ବିପରୀତ ଦିଗରୁ ସାଇଡ କାଟିବାରୁ ଘଟଣାସ୍ଥଳରେ ଉକ୍ତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ସେହିପରି ଏକ ଅନ୍ୟ ଘଟଣାରେ ପାକିସ୍ତାନ ଉତ୍ତର-ପଶ୍ଚିମ ଅଂଚଳରେ ଗୁଳି ବିନିମୟ ଯୋଗୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ଠାରୁ ବହୁ ଗୋଳାବାରୁଦ ଜବତ ହୋଇଛି ।

ପାକିସ୍ତାନ କେନ୍ଦ୍ର ମନ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସେହିପରି ପାକିସ୍ତାନର ଜଣେ କେନ୍ଦ୍ର ମନ୍ତ୍ରୀଙ୍କର ମଧ୍ୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କେନ୍ଦ୍ର ଧାର୍ମିକ ବିଭାଗ ମନ୍ତ୍ରୀ ମୁଫତୀ ଅବଦୁଳ ଶକୁରଙ୍କ ରାଜଧାନୀ ଇସଲାମବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.