Below header

ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ଆଗ୍ରହୀ ଥିବା କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଚାରିଆଡୁ ସମର୍ଥନ ନପାଇବା ପରେ ଶେଷରେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛି ପାକିସ୍ତାନ। ଭାରତ ସହ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ। ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ସବୁବେଳେ ପ୍ରସ୍ତୁତ। କିନ୍ତୁ ଭାରତ କେବେ କଥାବାର୍ତ୍ତା ପାଇଁ ବାତାବରଣ ସୃଷ୍ଟି କରୁନାହିଁ ବୋଲି ସେ ଅଭିଯୋଗ କହିଛନ୍ତି। ତେବେ ଆଲୋଚନାରେ ତୃତୀୟ ପକ୍ଷର ସଂପୃକ୍ତି ସୁଫଳ ଆଣିବ ବୋଲି ସେ କହିଛନ୍ତି। ଏହାସହ କଶ୍ମୀରରେ ଗୃହବନ୍ଦୀ ରଖାଯାଇଥିବା ନେତାଙ୍କୁ ମୁକ୍ତ କରିବାକୁ ପାକିସ୍ତାନ ଦାବି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.