ଚୋରି କରିବା ନିଶା ମହିଳାଙ୍କୁ କଲା ପାଗଳ, ନିଜ ଛୁଆ ସହ କଲେ ଏମିତି କାଣ୍ଡ

ଆମେରିକା ସ୍ଥିତ ନ୍ୟୁୟର୍କରେ ନ୍ୟୁଜର୍ସୀରେ ଜଣେ ମହିଳା ଷ୍ଟ୍ରୋଲର ବା ଛୋଟ ପିଲାଙ୍କ ଝୁଲଣା ଚୋରାଇବା ପାଇଁ ଏକ ମଲରେ ପହଁଚିଥିଲେ । ଝୁଲା ଚୋରି ବି କଲେ କିନ୍ତୁ ନିଜ ପିଲା ପ୍ରତି ଧ୍ୟାନ ନଦେଇ ସେ ତାଙ୍କ ପିଲାକୁ ମଲରେ ହିଁ ଛାଡି ଆସିଲେ। ପରେ ଯେତେବେଳେ ତାଙ୍କର ନିଜ ପିଲା କଥା ମନେ ପଡିଲା ସେ ପୁଣି ଥରେ ସେହି ମଲକୁ ଗଲେ ଏହାପରେ ସେଠାରେ ତାଙ୍କର ଚୋରୀ ଧରାପଡିଲା।

ମହିଳାଙ୍କର ଚୋରିର ପୂରା କାରନାମା ସିସିଟିଭିରେ କଏଦ ହୋଇଥିଲା। ଷ୍ଟୋରର ମାଲିକ ଚୋରିର ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ ଅନୁରୋଧ କରିଛନ୍ତି ଯେ ଛୋଟ ନିଷ୍ପାପ ପିଲାଙ୍କ ସହିତ ଏମିତି କରନ୍ତୁ ନାହିଁ।

theftସୂଚନା ଅନୁଯାୟୀ ତିନି ଜଣ ମହିଳା ସେହି ମଲରେ ପହଁଚିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଷ୍ଟୋରରେ ଥିବା କର୍ମଚାରୀଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ତ୍ରୁତୀୟ ମହିଳା ଜଣଙ୍କ ସେଠାରେ ଥିବା ଷ୍ଟ୍ରୋଲର ଚୋରି କରି ସେଠାରୁ ଚାଲିଗଲେ। କିଛି ସମୟ ପରେ ଦୁଇଗଣ ମହିଳା ସେଠାରୁ ଚାଲିଗଲେ।

ଏହାସହ ପଢନ୍ତୁ : ସବୁଠାରୁ ଅଲଗା ଏହି ମନ୍ଦିର, ଯେଉଁଠି ଦର୍ଶନ ଏବଂ ପ୍ରସାଦ ପାଇବାକୁ ହେଲେ ଦେବାକୁ ପଡିଥାଏ ଆଧାର କାର୍ଡ

ମହିଳାଙ୍କ ଯିବା ପରେ ଷ୍ଟୋର ମାଲିକ ଜାଣିବାକୁ ପାଇଲେ ଯେ କାହାର ଛୋଟ ପିଲା ଷ୍ଟୋରରେ ଭୁଲି ଯାଇଛନ୍ତି। ପିଲାର ଅଭିଭାବକ ବିଷୟରେ ସୂଚନା ପାଇବା ପାଇଁ ସେ ଯେତେବେଳେ ସିସିଟିଭି ଫୁଟେଜ୍‌ ଦେଖିଥିଲେ ସେତେବେଳେ ଷ୍ଟୋରରେ ହୋଇଥିବା ଚୋରୀ ବିଷୟରେ ଜାଣିବାକୁ ପାଇଥିଲେ।

https://www.facebook.com/bambibabystore/videos/2086417491463779/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.