Below header

ଭିଜିଲାନ୍ସ ଜାଲରେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲଟ୍ୟାକ୍ସ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ମାଲକାନଗିରି(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲଟ୍ୟାକ୍ସ ଅଫିସର । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆସିଷ୍ଟାଣ୍ଟ ସେଲ ଟ୍ୟାକ୍ସ ଅଫିସର ଅଜୟ କୁମାର ମଲ୍ଲଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କ ଠାରୁ ଜିଏସଟି ଆକାଉଣ୍ଟ ରିଷ୍ଟାର୍ଟ କରିବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା । ଏଥିସହ ତାଙ୍କ ସରକାରୀ ବାସଭବନ ଓ ଭଡ଼ା ଘରେ ଚଢ଼ାଉ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.