Below header

ନିଜ ପତ୍ନୀଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ରିଟାୟରମେଣ୍ଟ ଦିନ ହେଲିକେପ୍ଟରର ବୁକ୍‌ କଲେ ଶିକ୍ଷକ, ଜାଣନ୍ତୁ ପୁରା ଘଟଣା

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଅଜବ ଗଜବ ହରକତ କରିଥାନ୍ତି। ଆଉ ଏହି କାରଣରୁ ସେମାନେ ଚର୍ଚ୍ଚାକୁ ଆସିଯାନ୍ତି। ଏମିତି କିଛି କାମ କରିଛନ୍ତି ରାଜସ୍ଥାନର ଜଣେ ଶିକ୍ଷକ। ସେ ଏମିତି କିଛି ଅଜବ କାମ କରିଛନ୍ତି ଯେଉଁ କାରଣରୁ ସେ ଚର୍ଚ୍ଚାର ବିଷୟ ବନିଯାଇଛନ୍ତି। ଆମେ ଏଠାରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ପେଷାରେ ଜଣେ ଶିକ୍ଷକ। ରିଟାୟରମେଣ୍ଟର ଶେଷ ଦିନରେ ହେଲିକେପ୍ଟରରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲେ।

ଅଲବର ଜିଲ୍ଲାର ଲକ୍ଷ୍ମଣଗଡର ମଲାବଲୀ ଗ୍ରାମ ନିବାସୀ ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ମିଣା ଆଜି ଅର୍ଥାତ ୩୧ ଅଗଷ୍ଟରେ ନିଜ ଚାକିରିରୁ ଅବସର ନେବେ। ଏହି ଦିନରେ ସେ ବିଦ୍ୟାଳୟରୁ ଘରକୁ ଯିବା ପାଇଁ ହେଲିକେପ୍ଟର ବୁକ୍‌ କରାଇଛନ୍ତି। ରାଜସ୍ଥାନର ଏପରି ଘଟଣା ପ୍ରଥମ ଅଟେ ଯେ କୌଣସି ଅଧ୍ୟାପକ ନିଜର ଚାକିରିର ଅବସର ପରେ ହେଲିକେପ୍ଟରରେ ଘରକୁ ଯିବେ।

aeroplaneରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ସୌରାଇରେ ସାମାଜିକ ବିଜ୍ଞାନର ଅଧ୍ୟାପକ ମୀଣା ସ୍କୁଲ ଠାରୁ ପ୍ରାୟ ୨୨ କିମି ଦୂରରେ ଥିବା ନିଜ ଘରକୁ ଯିବା ପାଇଁ ହେଲିକେପ୍ଟର ବୁକ୍‌ କରାଇଛନ୍ତି। ସେ ଏଥିପାଇଁ କଲେକ୍ଟରଙ୍କ ଠାରୁ ଅନୁମତି ଆଣି ସାରିଛନ୍ତି। ହେଲିକେପ୍ଟରରେ ଘରକୁ ଯିବା ପାଇଁ ସେ ପ୍ରାୟ ୩ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ କରାଇଛନ୍ତି।

ଏହାସହ ପଢନ୍ତୁ : ‘ଭାଇ ୫୦୦ ରୂପିୟା ଜାଦା ଲେ, ପର ଲ୍ୟାଣ୍ଡ କରବା ଦେ !’ ମଝି ଆକାଶରେ ଏଭଳି ଚିତ୍କାର କରୁଥିଲେ ପାରାଗ୍ଲାଇଡର,…

୩୧ଅଗଷ୍ଟରେ ହେଲିକେପ୍ଟର ଦିଲ୍ଲୀରୁ ଉଡାଣ ଭରିବ ଏବଂ ଦ୍ୱିପହର ଗୋଟାଏ ବେଳେ ସୌରାଇ ସ୍କୁଲରେ ପହଁଚିବ। ହେଲିକେପ୍ଟର ପହଁଚିବା ପରେ ମୀଣା ହେଲିକେପ୍ଟରରେ ଯୋଗେ ନିଜ ଘରକୁ ଯିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୀଣାଙ୍କର ଇଚ୍ଛା ଥିଲା ଯେ ସେ ତାଙ୍କ ପତ୍ନୀଙ୍କୁ ହେଲିକେପ୍ଟରରେ ବସାଇବେ। ଏହି କାରଣରୁ ସେ ଏହିଭଳି ଗୋଟେ ଖାସ୍‌ ପଦହେକ୍ଷପ ନେଇଛନ୍ତି। ମୀଣାଙ୍କର ଗୋଟେ ପୁଅ ଶିକ୍ଷକ ଏବଂ ଦ୍ୱିତୀୟ ପୁଅ ଏଫସିଆଇରେ କ୍ୱାଲିଟୀ ଇନସପେକ୍ଟର ପଦରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.