Below header

୨୦ ଦିନ ପର୍ଯ୍ୟନ୍ତ କେବଳ ଗାଜର ଓ କଫି ପିଇ ଜୀବନ ବଞ୍ଚାଇଥିଲେ ଏହି ଅଭିନେତା, ଆଜି ସେ ଘରେ ଘରେ ପରିଚିତ

ଆପଣମାନଙ୍କୁ ଯଦି ଦୁଇ ଦିନ ଖାଇବାକୁ ଦିଆ ନଯାଏ ତେବେ ଆପଣ କେମିତି ଅନୁଭବ କରିବେ? ନିଶ୍ଚିନ୍ତ ଆପଣମାନେ ଚିଡଚିଡା ହେବା ସହ କାହା ସହ କଥା ହେବାକୁ ମଧ୍ଯ ପସନ୍ଦ କରିବେନି। କିନ୍ତୁ ବଲିଉଡରେ ଏଭଳି ଜଣେ ଅଭିନେତା ଅଛନ୍ତି ଯିଏ ୨୦ ଦିନ ପର୍ଯ୍ଯନ୍ତ କେବଳ ଗାଜର ଏବଂ ବ୍ଲାକ କଫି ପିଇ ଜୀବିତ ରହିଥିଲେ। ଏହି ଅଭିନେତା ହେଉଛନ୍ତି ରାଜକୁମାର ରାଓ। ୨୦୦୯ ମସିହାରେ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିବା ରାଜକୁମାରଙ୍କୁ ବଲିଉଡରେ ବର୍ତ୍ତମାନ ଅଧିକ ସମୟ ହୋଇନାହିଁ କିନ୍ତୁ ତାଙ୍କର ପରିଚୟ ବଡ ବଡ ଆକ୍ଟରମାନଙ୍କ ମଧ୍ଯରେ ରହିଛି। ଆଜି ହେଉଛି ସେହି ଫେମସ୍ ଆକ୍ଟର ରାଜକୁମାର ରାଓଙ୍କ ଜନ୍ମଦିନ।

rajkumar raoରାଜକୁମାର ରାଓ ଫିଲ୍ମ ‘ଟ୍ରାପେଡ୍’ ରେ ଚମତ୍କାର ଅଭିନୟ କରିଥିଲେ। ଏହି ଫିଲ୍ମରେ ରାଜକୁମାରଙ୍କ ଭୁଲରେ ନିଜ ଘରେ ହିଁ ସେ ବନ୍ଦ ହୋଇଯାଇଥିଲେ ଏବଂ ତାଙ୍କ ପାଖରେ ଖାଦ୍ଯ-ପାନୀୟ କିଛି ନଥିବାର ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ରାଜକୁମାର ରାଓ ଏକ କଠୋର ରାସ୍ତା ବାଛିଥିଲେ। ଏପରି ଚରିତ୍ରରେ ରାଜକୁମାର ଅଭିନୟ କରିବା ପାଇଁ ୨୦ ଦିନ ପର୍ଯ୍ଯନତ କିଛି ନଖାଇ ନ ପିଇ କେବଳ ଗାଜର ଏବଂ ବ୍ଲାକ କଫି ପିଇ ରହିଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ ରାନୁ ମଣ୍ଡଳଙ୍କର ବୈବାହିକ ଜୀବନ ଏବଂ କିଛି ଅଜଣା କଥା ସମ୍ପର୍କରେ

ରିପୋର୍ଟ ଅନୁଯାୟୀ ଏହି ସବୁ କଥା ନିଜେ ରାଜକୁମାର ଏକ ସାକ୍ଷାତକାର ମାଧ୍ଯମରେ ଜଣାଇଛନ୍ତି। ଫିଲ୍ମ ‘ଟ୍ରାପେଡ୍’ ରେ ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ଯ। ଏହି ଫିଲ୍ମ ପାଇଁ ରାଜକୁମାରଙ୍କୁ ଫିଲ୍ମଫେୟାର କ୍ରିଟିକ୍ସ ଫର୍ ବେଷ୍ଟ ଆକ୍ଟର ର ଆୱାର୍ଡ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.