Below header

ନୂଆଁଖାଇ ପାଇଁ ବେଶ ଜମିଛି ସମ୍ବଲପୁରୀ କପଡା ବଜାର

ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶା ବେଶ୍‌ ଉତ୍ସବ ମୁଖର। ଏଥିପାଇଁ ସପ୍ତାହ ଆଗରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ଏହି ପର୍ବ ପାଇଁ ଧନୀ ହେଉ କି ଗରିବ ସମସ୍ତେ ଉତ୍ସାହିତ। ନୂଆଁଖାଇ ତିହାର ପାଇଁ ଦରକାର ହେଉଥିବା ନୂଆଁ ହାଣ୍ଡି- ସରାଇ, ପନିପରିବା ସାଙ୍ଗକୁ ନୂଆଁ କପଡା ବି କିଣାଯାଇଥାଏ। ଏଥିପାଇଁ ସମ୍ବଲପୁରୀ କପଡା ଦୋକାନାରେ ବେଶ ଭିଡ ଜମିଛି। ମନ କିଣିନେଲା ପରି ସୁନ୍ଦର ସୁନ୍ଦର ଡିଜାଇନର ଶାଢୀ ମଙ୍ଗାରେ ଖୁବଶୀଘ୍ର ପ୍ରସ୍ତୁତ ହେଉଛି। ଦିନରାତି ଲାଗିପଡି ବୁଣାକାର ଡିଜାଇନର ଶାଢୀ ମଧ୍ୟ ବୁଣୁଛନ୍ତି। ଏଥିପାଇଁ ବହୁତ ବ୍ୟସ୍ତ ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର।

saree1 ନୂଆଁଖାଇରେ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାର ଏକ ପରମ୍ପରା ଥିବାରୁ ସମସ୍ତେ ନୂଆଁ ସମ୍ବଲପୁର କପଡା ଚାହିଁଥାନ୍ତି। ନୂଆଁଖାଇ ପାଇଁ ଏବେ ଜିଲ୍ଲାରସମସ୍ତ କପଡା ଦୋକାନ ଏବଂ ଡେଲି ମାର୍କେଟରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ସବୁ କପଡା ଦୋକାନରେ ଭଳିକି ଭଳି ସମ୍ବଲପୁରୀ ଶାଢୀ ସାଙ୍ଗୁ ସାର୍ଟର ପସରା। ସମ୍ବଲପୁରୀ ବସ୍ତ୍ରର ଚାହିଦା ସବୁଦିନ ରହିଥାଏ। ତେଣୁକରି ନୂଆଁଖାଇ ଅବସରରେ ଏହାକୁ ପିନ୍ଧିବାର ସ୍ୱତନ୍ତ୍ରତା ବେଶ ନିଆରା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.