Below header

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର, ଗୁଳିମାଡ଼ ପରେ ଫେରିଗଲା ପିଓକେ

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର। ଜାମ୍ମୁ ଓ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଆଜି ମଧ୍ୟାହ୍ନ ୧୨ ଟା ୧୦ ସମୟରେ, ପାକିସ୍ତାନ ପଟୁ ମାଡ଼ି ଆସିଥିଲା ଏହି ହେଲିକପ୍ଟର। ସୀମାରେ ମୁତୟନ ଥିବା ଏୟାର ସେଣ୍ଟ୍ରି ଗୁଳିମାଡ଼ କରିଥିଲେ। ସୂଚନା ମୁତାବକ ଏହାଏକ ବେସାମରିକ ହେଲିକପ୍ଟର ଥିଲା। ଯାହା ବହୁ ଉଚ୍ଚରେ ଉଡୁଥିଲା।

ନିୟମ ମୁତାବକ ଭାରତ କିମ୍ବା ପାକ୍‌ର କୌଣସି ହେଲିକପ୍ଟର ଏଲ୍‌ଓସିର ଏକ କିଲୋମିଟିର ପରିଧି ପାଖାପାଖି ମଧ୍ୟ ଆସି ପାରିବେ ନାହିଁ। ଏହି ପାକିସ୍ତାନ ହେଲିକପ୍ଟର କିନ୍ତୁ ଭାରତ ସୀମାକୁ ମାଡି ଆସିଥିଲା। ଭାରତ ପଟୁ ଗୁଳିମାଡ଼ ହେବାରୁ ପିଓକେ ଆଡକୁ ଚାଲିଯାଇଥିଲା ହେଲିକପ୍ଟର।

ଜାତିସଂଘରେ ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଗତକାଲି ବର୍ଷିଥିଲେ ସୁଷମା ସ୍ୱରାଜ। ଆଜି ପାକିସ୍ତାନ ହେଲିକପ୍ଟର ସୀମା ଉଲ୍ଲଂଘନ କରିଛି। ହେଲିକପ୍ଟରର ଟି ଭୁଲରେ ସୀମା ଉଲ୍ଲଂଘନ କରିଥିଲା ନା ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଫେବ୍ରୁଆରୀ ମାସରେ ମଧ୍ୟ ଏକ ପାକିସ୍ତାନ ହେଲିକପ୍ଟର ସୀମା ଉଲ୍ଲଂଘନ କରିଥିଲା। ୩ଶହ ମିଟିର ଉଚ୍ଚରେ ଉଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.