Below header

ଆଉ ପାକିସ୍ତାନ ଫେରିବିନି, ଭାରତର ବୋହୂ ହେଇ ରହିବି

ନୋଏଡା ଯୁବକଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଛାଡି ଭାରତ ଚାଲି ଆସିଥିବା ମହିଳାଙ୍କ ଜିଦ୍‌ । କହିଲେ ଆଉ ପାକିସ୍ତାନ ଫେରିବିନି । ଭାରତର ବୋହୂ ହେବି । ଏଠିକାର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଆପଣେଇଛି । ଏଇଠି ରହିବି । ମରିଲେ ଏଇଠି ବି ମରିବି ।

ନୋଏଡା : ଆଉ ପାକିସ୍ତାନ ଫେରିବିନି । ଭାରତର ବୋହୂ ହେବି । ଏଠିକାର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଆପଣେଇଛି । ଏଇଠି ରହିବି । ମରିଲେ ଏଇଠି ବି ମରିବି । ନୋଏଡା ଯୁବକଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଛାଡି ଭାରତ ଚାଲି ଆସିଥିବା ମହିଳାଙ୍କ ଏଭଳି ଜିଦ୍‌ । ଗତକାଲି ଦୁହେଁ ଜାମିନପେ ଜେଲରୁ ବାହାରିଛନ୍ତି । ଜେଲରୁ ମୁକୁଳିବା ପରେ ଭାରତର ବୋହୂ ହେବେ ବୋଲି କହିଛନ୍ତି ସୀମା ହାଇଦର ।

ସେ କହିଛନ୍ତି, ସଚିନଙ୍କ ବିନା ବଞ୍ଚି ପାରିବେ ନାହିଁ । ତାଙ୍କ ପାଇଁ ହିନ୍ଦୁ ହେବେ । କାରଣ ସଚିନ ତାଙ୍କ ସ୍ୱାମୀ । ମାର୍ଚ୍ଚ ମାସରେ ନେପାଳରେ ପଶୁପତି ମନ୍ଦିରରେ ତାଙ୍କୁ ବିବାହ କରିଛନ୍ତି । ସ୍ୱାମୀଙ୍କ ଧର୍ମ ଓ ପରମ୍ପରାକୁ ନିଜର କରିଛନ୍ତି । ଏଥିସହ ନିଜ ୪ ପିଲାଙ୍କ ନାଁ ବି ବଦଳାଇଛନ୍ତି । ସଚିନଙ୍କ ପରିବାର ବି ତାଙ୍କୁ ଗ୍ରହଣ କରିଥିବା କହିଛନ୍ତି ସୀମା ।

ଗତକାଲି ଜେଲରୁ ବାହାରିବା ପରେ ସଚିନଙ୍କ ରାବୁପୁରା ଗାଁର ମୀନା ଠାକୁରଣ କଲୋନୀ ସ୍ଥିତ ଘରକୁ ସଚିନଙ୍କ ସହ ଯାଇଛନ୍ତି ସୀମା ହାଇଦର । ଏଥିସହ ସେ କହିଛନ୍ତି, ନିଜ ଜୀବନ ଦେଇଦେବେ । ହେଲେ ପାକିସ୍ତାନ ଫେରିବେ ନାହିଁ । ବଲିଉଡ୍‌ ଫିଲ୍ମ ଗଦ୍ଦର ଷ୍ଟାଇଲରେ ସୀମା ଓ ସଚିନଙ୍କ କ୍ରସ୍‌ ବର୍ଡର ଲଭ୍‌ ଷ୍ଟୋରୀକୁ ନେଇ ସାରା ଦେଶରେ ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.