ନନ୍ଦନକାନନରେ ବଡ଼ ଅଘଟଣ: ଖାଲରେ ଖସିଲା ବସ୍‌, ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲେ ପର୍ଯ୍ୟଟକ

ନନ୍ଦନକାନନରେ ବଡ଼ ଅଘଟଣ । ଖାଲରେ ଖସିଲା ବସ୍‌ । ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲେ ୩୦ ପର୍ଯ୍ୟଟକ । ପାଖାପାଖି ଦେଢ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରଯାଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରେ ବଡ଼ ଅଘଟଣ । ଖାଲରେ ଖସିଲା ବସ୍‌ । ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲେ ୩୦ ପର୍ଯ୍ୟଟକ । ବସ୍‌ ଚାରିପଟେ ସିଂହ ବୁଲୁଥିଲା । ସିଂହକୁ ଦେଖି ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ । ପାଖାପାଖି ଦେଢ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରଯାଇଥିଲା ।

ଗତକାଲି ଅପରାହ୍ନରେ ସିଂହ ସଫାରୀକୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ଖାଲକୁ ଖସି ପଡିଥିଲା । ଏହାପରେ ବସ୍‌ ନିକଟକୁ ଚାଲି ଆସିଥିଲେ ସିଂହ । ନନ୍ଦନକାନନ କର୍ତ୍ତୃପକ୍ଷ ଯାଇ ସିଂହଙ୍କ କାବୁ କରିବା ପରେ ଖୁଆଡ ଭିତରେ ଛାଡିଥିଲେ। ପରେ ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.