ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ତ୍ରିରଙ୍ଗାରୁ ନିଆଯାଇଛି ରଙ୍ଗ

ବନ୍ଦେ ଭାରତ ଟ୍ରେନର ନୂଆ ରଙ୍ଗ ତ୍ରିରଙ୍ଗାରୁ ନିଆଯାଇଛି । ଏହି ନୂଆ ବନ୍ଦେ ଭାରତ ଟ୍ରେନରେ ଅରେଞ୍ଜ କଲର ଅଧିକ ଦେଖାଯାଇଛି । ଟ୍ରେନର ସାଇଡରେ ବ୍ଲାକ ଏବଂ ଅରେଞ୍ଜ କଲର ରହିଛି । ରେଳ ମନ୍ତ୍ରୀ ଟ୍ଵିଟରରେ ନୂଆ ବନ୍ଦେ ଭାରତ ଟ୍ରେନର ଫଟୋ ସେୟାର କରିଛନ୍ତି ।

ରେଳ ବିଭାଗ ତରଫରୁ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରାଯାଉଛି । ଏହା ସହିତ ଅନେକ ଫିଡ୍‌ବ୍ୟାକକୁ ନେଇ ବନ୍ଦେ ଭାରତ ଟ୍ରେନରେ ବିଭିନ୍ନ ପରିବର୍ତ୍ତନ କରାଯାଉଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଟିଗ୍ରାଲ କୋଚ ଫାକ୍ଟ୍ରି ପରିଦର୍ଶନ କରି ବନ୍ଦେ ଭାରତ ଏକ୍ସପ୍ରେସର ସମସ୍ତ ସୁବିଧା ଏବଂ ଉତ୍ପାଦନକୁ ଯାଞ୍ଚ କରିଛନ୍ତି । ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସକୁ ବର୍ତ୍ତମାନ ନୂଆ ରୂପ ଦିଆଯାଇଛି, ଯେଉଁଥିରେ ଅରେଞ୍ଜ, ବ୍ଳାକ ଏବଂ ହ୍ଵାଇଟ ରଙ୍ଗର କମ୍ବିନେଶନରେ ନଜର ଆସିବ । ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁସାରେ ବନ୍ଦେ ଭାରତ ଟ୍ରେନରେ ୨୫ଟି ନୂଆ ଡେଭଲ୍ପମେଣ୍ଟ କରାଯାଇଛି । ଫିଲ୍ଡ ୟୁନିଟରୁ ଆସିଥିବା ଫିଡ୍‌ବ୍ୟାକ ଅନୁସାରେ ଏହି ଟ୍ରେନର ଉନ୍ନତି କରାଯାଉଛି ।

ଏହା ମେକ୍‌ ଇନ ଇଣ୍ଡିଆର କନସେପ୍ଟ , ଯାହାର ଅର୍ଥ ହେଉଛି ଭାରତର ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ସଙ୍କ ଦ୍ୱାରା ଏହା ଡିଜାଇନ କରାଯାଇଛି । ସେଫ୍ଟି ଫିଚର ଆଣ୍ଟି କ୍ଲାଇମ୍ବର୍ସ ଉପରେ ମଧ୍ୟ କାମ କରାଯାଉଛି । ତେବେ ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଅନ୍ୟ ରଙ୍ଗର ମଧ୍ୟ ଉପଲବ୍ଧ ହେବ । ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଟ୍ରେନ ଅରେଞ୍ଜ, ହ୍ଵାଇଟ ଏବଂ ବ୍ଲାକ ରଙ୍ଗର କମ୍ବିନେଶନରେ ନଜର ଆସିବ । ବର୍ତ୍ତମାନ ସୁଦ୍ଧା ବନ୍ଦେ ଭାରତ ଟ୍ରେନ ବ୍ଲୁ ଏବଂ ହ୍ଵାଇଟ ରଙ୍ଗରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ନୂଆ ରଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଦେଖିବାକୁ ମିଳିବ ।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନର ନୂଆ ରଙ୍ଗ ତ୍ରିରଙ୍ଗାରୁ ନିଆଯାଇଛି । ଏହି ନୂଆ ବନ୍ଦେ ଭାରତ ଟ୍ରେନରେ ଅରେଞ୍ଜ କଲର ଅଧିକ ଦେଖାଯାଇଛି । ଟ୍ରେନର ସାଇଡରେ ବ୍ଲାକ ଏବଂ ଅରେଞ୍ଜ କଲର ରହିଛି । ରେଳ ମନ୍ତ୍ରୀ ଟ୍ଵିଟରରେ ନୂଆ ବନ୍ଦେ ଭାରତ ଟ୍ରେନର ଫଟୋ ସେୟାର କରିଛନ୍ତି । ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ସମସ୍ତ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ଭଲ ସିଟ, ମୋବାଇଲ ଚାର୍ଜିଂ ପଏଣ୍ଟ, ବେସିନ ଏବଂ ବାଥରୁମର ସମସ୍ତ ସୁବିଧାକୁ ନଜର ଦିଆଯାଇଛି ।

ନୂଆ ସାଫ୍ରନ ବନ୍ଦେ ଭାରତ ଏକ୍ସପ୍ରେସ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ଏହା ବର୍ତ୍ତମାନ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି (ICF )ରେ ରହିଛି । ଯେଉଁଠାରେ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ହୋଇଥାଏ । ବନ୍ଦେ ଭାରତ ଏକ୍ସପ୍ରେସ, ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଉଛି । ଏହି ଟ୍ରେନରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା କରିପାରିବେ । ରେଳ ମନ୍ତ୍ରାଳୟ ଏସି ଟ୍ରେନ ଟିକେଟର ମୂଲ୍ୟ କମ କରିବା ପାଇଁ ଏକ ଯୋଜନା ଆଣିଛି । ଏହି ଯୋଜନା ଦ୍ୱାରା ବନ୍ଦେ ଭାରତ ଟ୍ରେନର ଏସି କୋଚ ପାଇଁ ମଧ୍ୟ ରିହାତି ମିଳିବ । ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.