Below header

ଡକାୟତି ଉଦ୍ୟମ ବିଫଳ: ଲକର ଭାଙ୍ଗିଲା ବେଳକୁ ବାଜିଲା ସାଇରନ୍‌, ଛାଡ଼ିଛୁଡ଼ି ଦୌଡ଼ିଲେ ଲୁଟେରା

ବ୍ୟାଙ୍କ ଗେଟ୍‌ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍‌। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି ।

ଗଞ୍ଜାମ (କେନ୍ୟୁଜ): ବ୍ୟାଙ୍କ ଗେଟ୍‌ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍‌। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଲୁଟ୍‌ ଉଦ୍ୟମ କରୁଥିଲେ । ସେହି ସମୟରେ ବ୍ଯାଙ୍କର ସାଇରନ୍‌ ବାଜି ଉଠିଲା । ଲୁଟେରା ଦଳ ଘଟଣାସ୍ଥଳରୁ ତୁରନ୍ତ ଚମ୍ପଟ ମାରିଲେ ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ପ୍ରଥମ ବ୍ୟାଙ୍କ ଗେଟ୍‌ ଭାଙ୍ଗି ଭିତରେ ପଶିଥିଲେ । ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ହେଲେ ସାଇରନ୍‌ ବାଜି ଉଠିବା ଯୋଗୁଁ ଲୁଟ କରିବାକୁ ସାଥିରେ ଆଣିଥିବା କିଛି ସରଞ୍ଜାମ ଛାଡ଼ି ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିଲେ । ଏନେଇ ସ୍ଥାନୀୟ ଲୋକେ, କବିସୂର୍ଯ୍ଯନଗର ପୋଲିସ ଓ ବ୍ଯାଙ୍କ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବ୍ଯାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କ ସହ କବିସୂର୍ଯ୍ଯନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.