ସତରେ କଣ ପୁଅ ବୋହୂ ଏତେ ନୃଶଂସ ହୋଇପାରନ୍ତି ? ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ କଲେ ମା‘

ଲୋକ ଲଜ୍ଜାକୁ ଡରି ଦୀର୍ଘ ୧୦ ବର୍ଷ ହେବ ସହି ଯାଉଥିଲେ। କିନ୍ତୁ ଦିନକୁ ଦିନକୁ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।  ପୁଅ ବୋହୂ ମା’କୁ ଏମିତି ନିର୍ଯାତନା ଦେଇଛନ୍ତି ଯାହା ସଭ୍ୟ  ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ।

ବଲାଙ୍ଗିର(କେନ୍ୟୁଜ୍):  ଏକ ଯନ୍ତ୍ରଣାରେ ଜର୍ଜରିତ ମା’ର ଅଖିରୁ ଝରି ଆସିଛି ଲୁହ।  ଯିଏ କି ପୁଅ ବୋହୂଙ୍କ ଅତ୍ୟାଚାରରେ ପୂରା ଭାଙ୍ଗି ପଡିଛନ୍ତି। ଲୋକ ଲଜ୍ଜାକୁ ଡରି ଦୀର୍ଘ ୧୦ ବର୍ଷ ହେବ ସହି ଯାଉଥିଲେ। କିନ୍ତୁ ଦିନକୁ ଦିନକୁ ଅତ୍ୟାଚାର ବଢିବାରୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।  ପୁଅ ବୋହୂ ମା’କୁ ଏମିତି ନିର୍ଯାତନା ଦେଇଛନ୍ତି ଯାହା ସଭ୍ୟ  ସମାଜ ପାଇଁ କଦାପି

ଗ୍ରହଣୀୟ ନୁହେଁ। ମାଡ଼ ମାରି ମୁହଁ ଫୁଲାଇ ଦେଇଛନ୍ତି। ଘରେ ପୁଅ ଟିଏ ଜନ୍ମ ପାଇଁ କେତେ ଓଷା କେତେ ବ୍ରତ କରିଥାନ୍ତି ମା’ବାପା । ଆଉ ପୁଅ ଜନ୍ମ ହେଲେ କେତେ ଖୁସି ହୁଅନ୍ତି। ବୁଢା ବେଳେ ପୁଅ ଆଶା ବାଡି ହେବ। ହେଲେ ସେହି ପୁଅ ଯଦି ନ ପଚାରିଲା ଆଉ ନିର୍ଯାତନା ଦେଲା  ତେବେ କେତେ ଯେ  କଷ୍ଟ ହୁଏ ତାହା ଅଙ୍ଗେ ନିଭାଇଛନ୍ତି  ବଲାଙ୍ଗିରର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୌଦାମିନୀ ବେହେରା । ନ୍ଯାୟ ପାଇବା ଆଶାରେ ବଲାଙ୍ଗିର ଆଦର୍ଶ ଥାନାରେ ଏ କୋଣରୁ ସେ କୋଣ କୁ ବୁଲୁଛନ୍ତି  ଅବସର ପ୍ରାପ୍ତ ଶିକ୍ଷୟତ୍ରୀସୌଦାମିନୀ ବେହେରା । କଣ କରିବେ ? କେଉଁଠି ରହିବେ ? ଜୀବନରେ ଖଟିଖଟି ପୁଅକୁ ମଣିଷ କଲେ । ଅବସର ପରେ ସବୁ ଟଙ୍କା ବି ଦେଲେ । ହେଲେ ପୁଅ ବୋହୂ ୧୦ ବର୍ଷ ହେବ ନିର୍ଯାତନା  ନେଇଛନ୍ତି । ପୁଅ ବୋହୂ ମାଡ ମାରିଥିବା କିଛି ଫଟୋ ଦେଖାଇ ପୋଲିସକୁ ନ୍ଯାୟ ମାଗୁଛନ୍ତି । ମୋ ପୁଅ ଠାରୁ ମତେ ମୁକ୍ତି ଦିଅ । ଆଉ ନୁହେଁ କହିବାର ସୀମା ବି ଟପିଲା ଆଉ ସହିବାର ସୀମା ବି ଟପିଲା । ଆଉ ସହି ହେଉନାହିଁ ଯନ୍ତ୍ରଣା। ତେଣୁ ମୋତେ ଏଥିରୁ ମୁକ୍ତି ଦିଅ ଏମିତି କହି ପୋଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି।  ଦିନେ  ସୌଦାମିନୀ ଶିକ୍ଷକତା କରି ହଜାର ହଜାର ପିଲାଙ୍କୁ ମଣିଷ କରିଥିଲେ । ହେଲେ ଆଜି ତାଙ୍କ ପୁଅ ଅମଣିଷ ହୋଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀ ବେହେରା ।

 ବଲାଙ୍ଗିର ଚନ୍ଦ୍ର ଶେଖର ନଗରରେ ସୌଦାମିନୀ ବେହେରାଙ୍କ ଘର ।  ତାଙ୍କର ଦୁଇଟି ପୁଅ । ଗୋଟିଏ ପୁଅ ରାଜ୍ଯ ବାହାରେ ଚାକିରି କରୁଥିବା ବେଳେ ନିଜ ପାଖରେ ଆଉ ଗୋଟିଏ ପୁଅ ଅଛି । ୧୦ ବର୍ଷ ପୁର୍ବରୁ ଆରପାରିରେ ସ୍ବାମୀ । ହେଲେ ଘରଜମିକୁ ନେଇ ପାରିବାରିକ ବିବାଦ ଲାଗି ରହିଛି । ଆଉ ଏହି ବିବାଦ ସମୟର ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଅ କହୁଛନ୍ତି  ସେପରି ନିର୍ଯ୍ଯାତନା ହୋଇନାହିଁ । ମୁଁ କାହିଁକି ନିର୍ଯାତନା ଦେବି? ମୋ ଉପରେ ବି ଅନ୍ଯାୟ ହୋଇଛି ।  ଘର ଜମି ଭାଗ ନ କରି ଘରେ ପାଚେରୀ ତିଆରି କରିଥିବାରୁ ବିବାଦ ଦେଖା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.