Below header

ଅସହାୟ ଲିଙ୍ଗରାଜଙ୍କ ପରିବାରକୁ ସାହା ହେଲେ ଦମ୍ପତି, ଯୋଗାଇଦେଲେ ସହାୟତା

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଚକ୍ରଧରପୁର ଗାଁର ଲିଙ୍ଗରାଜ ବେହେରା । ଯାହାଙ୍କ ଦୁଃଖର କାହାଣୀ ବିଭିନ୍ନ ସୋସିଆଲ ମିଡ଼ିଆରୁ ଜାଣିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଧର୍ମପ୍ରାଣା ଦମ୍ପତି ।

ଦେବଗଡ଼(କେନ୍ୟୁଜ୍): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଚକ୍ରଧରପୁର ଗାଁର ଲିଙ୍ଗରାଜ ବେହେରା । ଯାହାଙ୍କ ଦୁଃଖର କାହାଣୀ ବିଭିନ୍ନ ସୋସିଆଲ ମିଡ଼ିଆରୁ ଜାଣିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଧର୍ମପ୍ରାଣା ଦମ୍ପତି।

ଚକ୍ରଧରପୁର ଗାଁରେ ଅନ୍ଧାର କୋଠରୀ ମଧ୍ୟରେ କାଳ କାଟୁଛନ୍ତି ମାନସିକ ରୋଗୀ ନିରୂପମା ଓ ନନ୍ଦକିଶୋର । ଉଭୟ ପୁଅ ଝିଅଙ୍କ ଚିକିତ୍ସା ପାଇଁ ପିତା ଲିଙ୍ଗରାଜ ବେହେରା ସରକାରଙ୍କୁ ବହୁବାର ଗୁହାରୀ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନି ତାଙ୍କୁ ।

ନିଜର ଭତ୍ତା ଟଙ୍କା ଓ ସରକାରୀ ଚାଉଳ ଲିଙ୍ଗରାଜଙ୍କ ଶେଷ ସମ୍ପତି। ଏପରି କ୍ଷେତ୍ରରେ ଦୁଇ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ ଦେଖାଦେଇଛି। ଏ ଖବର ଜାଣିବା ପରେ ଲିଙ୍ଗରାଜଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଦମ୍ପତି । ଦେବଗଡ଼ ଜିଲ୍ଲା ସରପଂଚ ସଭାପତି ସତ୍ୟନାରାୟଣ ପାଣି ଓ ତାଙ୍କ ସହଧର୍ମିଣୀ ବାରକୋଟ ଜୋନ ନଂ ୩ର ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ପାଣି  ମାନବିକତା ଦେଖାଇଛନ୍ତି।

ଏହି ଦମ୍ପତି ଆଜି ଅଭାଗା ଲିଙ୍ଗରାଜଙ୍କ ଭଙ୍ଗା କୁଡିଆକୁ ଯାଇ ତାଙ୍କ ପରିବାରର ଦୁଃସ୍ଥିତି ସଂପର୍କରେ ବୁଝାବୁଝି କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ନୂତନ ବସ୍ତ୍ର, ଚାଉଳ, ରାସନ୍ ସାମଗ୍ରୀ ସହିତ ନଗଦ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଦମ୍ପତିଙ୍କ ଏପରି ଏକ ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରସଂଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.