ଭୋଜନ ପରେ ୧୫ ମିନିଟ ପାଇଁ କରନ୍ତୁ ଯୋଗାସନ, ଖୁବଶୀଘ୍ର କମ ହେବ ଓଜନ

ବଜ୍ରାସନ ଦ୍ୱାରା ବଢ଼ୁଥିବା ଓଜନ କମ କରାଯାଇ ପାରିବ । ସକାଳ ସମୟରେ ଅନେକ ଲୋକଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ପଡ଼ିଥାଏ । ଏପରିସ୍ଥିତିରେ ଆପଣ ଲଞ୍ଚ ପରେ ଯୋଗାସନ କରି ପାରିବେ । ଏହା ଦ୍ୱାରା କେବଳ ପେଟ ଚର୍ବି କମ ହୋଇଥାଏ ତାହା ନୁହେଁ, ଇମ୍ୟୁନିଟି ମଧ୍ୟ ମଜବୁତ ହୋଇଥାଏ ।

ବର୍ତ୍ତମାନ ସମୟରେ ଓଜନ ବଢିବା ଏକ ବଡ଼ ସମସ୍ୟା ଭାବେ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ଏହି ସମସ୍ୟାରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କମାନେ ଶିକାର ହେଉଛନ୍ତି । ମୋଟାପଣ ଏକ ରୋଗ ହୋଇନଥିଲେ ମଧ୍ୟ ଏହା ଅନେକ ରୋଗର କାରଣ ହୋଇଥାଏ । ଖରାପ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତ ଚାପ, ଡାଇବେଟିଜ୍‌, ହାର୍ଟ ଆଟାକ, ହାର୍ଟ ସମ୍ବନ୍ଧୀୟ ଅନେକ ରୋଗ, କୋରୋନରୀ ଆର୍ଟରୀ ଡିଜିଜ ଏବଂ ଟ୍ରିପଲ ଭେସଲ ଡିଜିଜ ଭଳି ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ । ତେଣୁ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ଯଥା ସମ୍ଭବ ଚେଷ୍ଟା କରିବା ଉଚିତ । ଏଥିପାଇଁ ଆପଣ ଯୋଗର ସାହାଯ୍ୟ ନେଇ ପାରିବେ ।

ବଜ୍ରାସନ ଦ୍ୱାରା ବଢ଼ୁଥିବା ଓଜନ କମ କରାଯାଇ ପାରିବ । ତେବେ ସମସ୍ତଙ୍କ ପାଇଁ ସକାଳେ ଯୋଗ କରିବା ସମ୍ଭବ ନୁହେଁ କାରଣ ସକାଳ ସମୟରେ ଅନେକ ଲୋକଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ପଡ଼ିଥାଏ । ଏପରିସ୍ଥିତିରେ ଆପଣ ଲଞ୍ଚ ପରେ ଯୋଗାସନ କରି ପାରିବେ । ଏହା ଦ୍ୱାରା କେବଳ ପେଟ ଚର୍ବି କମ ହୋଇଥାଏ ତାହା ନୁହେଁ, ଇମ୍ୟୁନିଟି ମଧ୍ୟ ମଜବୁତ ହୋଇଥାଏ । ବଜ୍ରାସନର ଅର୍ଥ ବଳବାନ ସ୍ଥିତି । ଏହି ଆସନ ପାଚନଶକ୍ତି ଏବଂ ମାଂସପେଶୀକୁ ଶକ୍ତି ଯୋଗାଇଥାଏ, ଏଥିପାଇଁ ଏହାକୁ ବଜ୍ରାସନ କୁହାଯାଏ ।

ଆପଣ ଦ୍ୱିପ୍ରହର ଖାଦ୍ୟ ଖାଇବା ପରେ ଅତି କମରେ ୧୫ ମିନିଟ ସମୟ ବାହାର କରନ୍ତୁ । ଯଦି ଆପଣ ଅଫିସରେ ଅଛନ୍ତି ତେବେ ବ୍ରେକ ସମୟରେ ବଜ୍ରାସନ କରି ପାରିବେ । ଏହା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିବ । ପାଚନ ତନ୍ତ୍ର ମଜବୁତ ହେବା ସହ ବ୍ଲଡ ସର୍କୁଲେସନ ଠିକ ରହିଥାଏ । ଯେଉଁମାନେ ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରୁହନ୍ତି ସେମାନଙ୍କ ପାଇଁ ବଜ୍ରାସନ ଲଭାଦାୟକ ହୋଇଥାଏ । ଏହା ଦ୍ୱାରା ଗୋଡ଼ ମାଂସପେଶୀରେ ଅଧିକ ଚାପ ପଡ଼ିଥାଏ ଏବଂ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଯଦି ଆପଣ ଏହାକୁ ନିୟମିତ ଭାବେ କରୁଛନ୍ତି ତେବେ ଆପଣଙ୍କ ଶରୀର ଭଲ ଆକାରରେ ରହିବ ।

ତେବେ ବଜ୍ରାସନ କରିବା ଦ୍ୱାରା ଶରୀରକୁ କଣ ଲାଭ ମିଳିବ ତାହା ଜାଣି ରଖନ୍ତୁ । ଓଜନ କମ କରିବା ସହ ଶରୀର ଫିଟ ରଖିବାରେ ବଜ୍ରାସନ ସାହାଯ୍ୟ କରିଥାଏ । ମନକୁ ଶାନ୍ତ କରିଥାଏ ଏବଂ ମସ୍ତିଷ୍କକୁ ତୀବ୍ର କରିଥାଏ । ଏହି ଆସନ ଦୃଷ୍ଟି ଶକ୍ତି ବଢ଼ାଇଥାଏ । ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମେରୁଦଣ୍ଡ, ଅଣ୍ଟା, ଜଙ୍ଘ ଏବଂ ଗୋଡ଼କୁ ମଜବୁତ କରେ । ଶରୀରର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ରୋଗ ଭଲ କରିଥାଏ । ବଜ୍ରାସନରେ ବସିବା ଦ୍ୱାରା ହଜମ ଶକ୍ତି ବଢିଥାଏ । ନିୟମିତ ଭାବେ ଏହି ଆସନ କରିବା ଦ୍ୱାରା ଏନର୍ଜି ବଢିଥାଏ । ପେଟର ଗ୍ୟାସ ସମସ୍ୟାକୁ ଦୂର କରିଥାଏ ଏହି ଆସନ । ବଜ୍ରାସନ କରିବା ଦ୍ୱାରା ଶରୀରର ମିଡିଲ ପୋସ୍ଚର ସିଧା ରହିଥାଏ । ଏହି ଆସନ ଦ୍ୱାରା ଶରୀର ଠିକ ରହିଥାଏ ତେଣୁ ଆପଣ ଏହାକୁ ଅତି ସହଜରେ କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.