ବିଗ୍ ବସ୍ OTT 2 ର ହୋଷ୍ଟିଂବେଳେ ସଲମାନଙ୍କ ହାତରେ ସିଗାରେଟ୍, ଭାଇରାଲ୍ ହେଲା ଫଟୋ

ବିଗ୍ ବସ୍ OTT-2 ୱିକେଣ୍ଡ୍ କା ୱାର୍ ଏପିସୋଡ୍ ସମୟରେ ସଲମାନ ଖାନ ମଞ୍ଚ ଉପରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି ।

ବିଗ୍ ବସ୍ OTT-2 ୱିକେଣ୍ଡ୍ କା ୱାର୍ ଏପିସୋଡ୍ ସମୟରେ ସଲମାନ ଖାନ ମଞ୍ଚ ଉପରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଗତ ଶନିବାର ରାତିରେ ଅଭିନେତା ବିଗ୍ ବସ୍ OTT 2 ର ସେଟ୍କୁ ଆସିଥିଲେ । ବିଗ୍ ବସ୍ ଘରେ ସପ୍ତାହ ଯାକର ଇଭେଣ୍ଟଗୁଡିକ ଜାଣିବା ଏବଂ ପ୍ରତିଯୋଗୀମାନଙ୍କୁ କଣ କହିବେ ସେଥିପାଇଁ ପ୍ରସ୍ତୁତି କରିଥିଲେ । ସଲମାନ ଏକ ଚେକ୍ ପଡିଥିବା  ସାର୍ଟ ଏବଂ ଜିନ୍ସ  ପିନ୍ଧିଥିବାବେଳେ ପ୍ରତିଯୋଗୀମାନଙ୍କ ସହ କଥା ହୋଇଥିଲେ ।

ପ୍ରତିଯୋଗୀମାନଙ୍କ ସହ ସଲମାନଙ୍କ କଥା ହେଉଥିବାବେଳେ ଦର୍ଶକମାନେ ତାଙ୍କ ହାତରେ ଏକ ସିଗାରେଟ୍ ଦେଖିଥିଲେ । ଫଟୋଟି ଖୁବ୍ ଶୀଘ୍ର ଭାଇରାଲ୍ ହେବାସହ  ଅନେକ ପ୍ରଶଂସକ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଅନେକେ ଅନୁଭବ କରିଛନ୍ତି ଯେ ଶୋ’ରେ ଚୁମ୍ବନ ସିନ୍ ହେବା ପରେ ସେ ଆଙ୍କାକ୍ଷା ପୁରୀ ଏବଂ ଜାଡ ହାଡିଦଙ୍କୁ  ପାରିବାରିକ ମୂଲ୍ୟବୋଧ, ସଂସ୍କୃତି ଆଦି ବିଭିନ୍ନ ବିଷୟରେ ଉପଦେଶ ଦେବାର ଏକ ସପ୍ତାହ ଭିତରେ ସେ କିଭଳି ଭାବେ ଏମିତି ଏପିସୋଡ ଚାଲିଥିବା ସମୟରେ ଧୂମପାନ କରୁଛନ୍ତି? ଏହି ଘଟଣାକୁ ନେଇ ତାଙ୍କୁ କପଟୀ ଭଳି ଶବ୍ଦ ଶୁଣିବାକୁ ମିଳିଛି ।

salu

ଜଣେ ଉପଭୋକ୍ତା ଏହି ଘଟଣାକୁ ନେଇ ଲେଖିଛନ୍ତି, “ଆମେ ଜାଣୁ ସେ ଜଣେ କପଟୀ କିନ୍ତୁ ଯଦି ତୁମେ ଅନ୍ୟମାନଙ୍କୁ ଉପଦେଶ ଦେଉଛ ତେବେ ସେମାନଙ୍କ ସାମ୍ନାରେ ତ ଭଲ କାର୍ଯ୍ୟ କର।” ତା’ପରେ ତୁମେ ପୁଣି ପ୍ରତିଯୋଗୀମାନଙ୍କୁ ନୈତିକତା ଉପରେ ବକ୍ତୃତା ପ୍ରଦାନ କରୁଛ ।

ଏହାସହ ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଏହା OTT ରେ ଅଛି, ଜାତୀୟ ଟିଭିରେ ନୁହେଁ । ତେଣୁ ମୁଁ ଭାବୁଛି ଯେ କୌଣସି ଆଇନଗତ ସମସ୍ୟା ନାହିଁ । ତଥାପି ସେ କେତେ କପଟୀ ।

ସେହିଭଳି ଭାବେ ଜଣେ ତୃତୀୟ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ସେଠାରେ ଥିବା ପ୍ରତିଯୋଗୀମାନଙ୍କୁ ସେ ସେମାନେ କରୁଥିବା ସବୁ ଭୁଲ୍ କାର୍ଯ୍ୟ, ତଥା ଆମ ସଂସ୍କୃତି ବିଷୟରେ ଅବଗତ କରାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.