ପାକିସ୍ତାନର ୧୨ତମ ସାଧାରଣ ନିର୍ବାଚନ ପରେ ଭୋଟ ଗଣତି ଜାରି, ଆଜି ଆସିବ ଫଳାଫଳ

ପାକିସ୍ତାନର ୧୨ତମ ସାଧାରଣ ନିର୍ବାଚନ ପାଇଁ ମତଦାନ ଶେଷ ପରେ ଭୋଟ ଗଣତି ଜାରି । ଗତକାଲି ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ପାକିସ୍ତାନ ନିର୍ବାଚନ ପାଇଁ ଦେଶର ପ୍ରାୟ ୯୦ ହଜାର ପୋଲିଂ ଷ୍ଟେସନରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିଥିଲା । ଗତକାଲି ସନ୍ଧ୍ୟାରୁ କେତେକ ପୋଲିଂ ବୁଥରେ ଭୋଟ ଗଣତି ଆରମ୍ଭ ହୋଇଥିବା ଜଣାପଡିଛି ।

ପାକିସ୍ତାନ: ପାକିସ୍ତାନର ୧୨ତମ ସାଧାରଣ ନିର୍ବାଚନ ପାଇଁ ମତଦାନ ଶେଷ ପରେ ଭୋଟ ଗଣତି ଜାରି । ଗତକାଲି ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ପାକିସ୍ତାନ ନିର୍ବାଚନ ପାଇଁ ଦେଶର ପ୍ରାୟ ୯୦ ହଜାର ପୋଲିଂ ଷ୍ଟେସନରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିଥିଲା । ଗତକାଲି ସନ୍ଧ୍ୟାରୁ କେତେକ ପୋଲିଂ ବୁଥରେ ଭୋଟ ଗଣତି ଆରମ୍ଭ ହୋଇଥିବା ଜଣାପଡିଛି ।

ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ ଭୋଟ ଗଣତି ଚାଲିଛି। ଭୋଟ ଗଣତି ସରିବା ପରେ ଫଳାଫଳ ଘୋଷଣା ହେବା ସହ ପୋଲିଂ ଷ୍ଟେସନର ମୁଖ୍ୟ ଫାଟକରେ ପ୍ରଦର୍ଶିତ ହେବ। ଆଜି ଅପରାହ୍ନ ସୁଦ୍ଧା ସମସ୍ତ ଆସନର ଫଳାଫଳ ଘୋଷଣା ହେବ। ତେବେ ଏଥିରେ ସାମାନ୍ୟ ହେବାର ଆଶଙ୍କା ରହିଛି । ନ୍ୟାସନାଲ ଆସେମ୍ବ୍ଲି ର ୩୩୬ ଆସନ ପାଇଁ ପ୍ରାୟ ୧୩ କୋଟି ଭୋଟର ମତଦାନ କରିଥିଲେ । ୨୬୬ଟି ଆସନ ପାଇଁ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ୭୦ଟି ଆସନ ସଂରକ୍ଷିତ ରହିଛି ।

ଏହି ସଂରକ୍ଷିତ ଆସନ ମଧ୍ୟରୁ ୬୦ଟି ମହିଳାଙ୍କ ପାଇଁ ଓ ୧୦ଟି ଆସନ ଅଣମୁସଲମାନଙ୍କ ପାଇଁ ସଂରକ୍ଷିତ ରହିଛି। ପାକିସ୍ତାନ ମୁସଲିମ ଲିଗ୍- ନୱାଜ, ପାକିସ୍ତାନ ତେହରିକ-ଇ-ଇନସାଫ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ସମେତ ୪୪ଟି ରାଜନୈତିକ ଦଳ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ମତଦାନ କରିଥିବା ବେଳେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଡାକ ଯୋଗେ ମତଦାନ କରିଥିଲେ।

Leave A Reply

Your email address will not be published.