Below header

ପାକିସ୍ତାନ ବୈଜ୍ଞାନିକଙ୍କ ଏ କି ଚମତ୍କାର ଆବିଷ୍କାର! ପାଣିରେ ପେଟ୍ରୋଲ ଆଉ ଫଳରୁ ଚିନି!

ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ। ଏଠାକାର ଲୋକେ ଏମିତି ସବୁ ଜିନିଷ ଆବିଷ୍କାର କରିଛନ୍ତି ଯେ ତାଙ୍କ ସାମ୍ନାରେ ବୈଜ୍ଞାନିକମାନେ ମଧ୍ୟ ଫିକା ପଡ଼ିଯିବେ। ପାକିସ୍ତାନର ନୂଆ ବୈଜ୍ଞାନିକ ତଥା ରାଜନେତା ମୁଅଜ୍ଜମ ଖାନ୍‌ ନିୟାଜି ନିଜ ଆବିଷ୍କାର ଦ୍ୱାରା ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ସେ ପାଣିରୁ ପେଟ୍ରୋଲ ତିଆରି କରିଥିବା ଦାବି କରିଛନ୍ତି। ପାଣି ଏବଂ ସୌର ଶକ୍ତିଙ୍କୁ ବିନିଯୋଗ କରି ସେଥିରୁ ପେଟ୍ରୋଲ ତିଆରି କରିବାରେ ନିୟାଜି ସଫଳ ହୋଇଛନ୍ତି। ଏବେ ଖୁବ୍‌ଶୀଘ୍ର ଲୋକଙ୍କୁ ମାଗଣାରେ ପେଟ୍ରୋଲ ଦିଆଯିବ।

କେବଳ ଏତିକି ନୁହେଁ, ନିୟାଜି ଏତେ ମାତ୍ରାରେ ଦକ୍ଷ ହୋଇଯାଇଛନ୍ତି ଯେ ତାଙ୍କୁ ଯେକୌଣସି ଫଳ ଦେଲେ, ସେ ସେଥିରୁ ଚିନି ବାହାର କରିଦେବେ। ତାଙ୍କ କହିବା ହେଲା, ତାଙ୍କର ଏହି ପ୍ରକ୍ରିୟାରୁ ବାହାରୁଥିବା ଚିନି ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହେବ।
ନିୟାଜି ଟୁଇଟର ଜରିଆରେ ନିଜ ‘ଜ୍ଞାନର ମୋତି’ର ପ୍ରସାର କରୁଛନ୍ତି। ସେ କହିଛନ୍ତି, ତାଙ୍କ ବିଧିକୁ ଉପଯୋଗ କରି ପେଟ୍ରୋଲ ଉତ୍ପାଦନ ପାଇଁ ଇଛୁକ ଥିବା ବ୍ୟକ୍ତିଙ୍କୁ ପ୍ରାରମ୍ଭିକ ଭାବେ ୯୫୦ ମିଲିୟନ୍‌ ଟଙ୍କା ନିବେଶ କରିବାକୁ ପଡ଼ିବ।

ଏହାସହ ପଢ଼ନ୍ତୁ: ଅଜବ ଜାଗା, ଯେଉଁଠି ପରିବାର ସଦସ୍ୟଙ୍କ ମୃତ୍ୟୁରେ ଅଶ୍ଳୀଳ ନୃତ୍ୟ କରନ୍ତି ଯୁବତୀ!

ସେ ଆଉ ମଧ୍ୟ କହିଥିଲେ, ଯଦି ତାଙ୍କୁ ଭରପୂର ପାଣି ଦିଆଯିବ, ତା’ହେଲେ ସେ ସାରା ଦେଶରେ ମାଗଣାରେ ପେଟ୍ରୋଲ ବାଣ୍ଟିପାରିବେ। ଏହା ତାଙ୍କ ହୃଦୟର କଥା ବୋଲି ନିଆଜି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.