TikTokକୁ ଟକ୍କର ଦେବ ଗୁଗଲର ଏହି ଆପ୍‌, ଏବେ ଆଉ ୧୫ ନୁହେଁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ବନାଇପାରିବେ ଭିଡିଓ

ବିଗତ ଦିନର କମ୍ପାନୀ ଗୁଗଲ ଆମେରିକାର ସୋସିଆଲ ମିଡିଆ ଆପ ଫାୟାରଓ୍ଵାର୍କ (social video app firework)କୁ କିଣିବାକୁ ଯୋଜନା କରୁଛି। ଏହି ଆପ୍‌ ଲୋକପ୍ରିୟ ଆପ୍‌ ଟିକଟକ୍‌ ଭଳି ୟୁଜର୍ସଙ୍କୁ ଛୋଟ ଭିଡିଓ ବନାଇବା ଏବଂ ସେୟାର କରିବାରେ ସାହାଯ୍ୟ କରିବ।

ଖବର ମୁତାବକ  ଚାଇନିଜ ମାଇକ୍ରୋ ପ୍ଲାଟଫର୍ମ ଓ୍ଵିବୋ (Weibo) ମଧ୍ୟ ଫାୟାର ଓ୍ଵାର୍କକୁ କିଣିବାରେ ମଧ୍ୟ ମନ ବନଳାଇଛି। କିନ୍ତୁ ଗୁଗଲ ଏହାକୁ ନେଇ ଅଧିକ ସିରିୟସ ଅଛି। ଏହି ଆପ୍‌ ଗତ ମାସ ଭାରତରେ ପ୍ରଦେଶ କରିଛି।

fireworkଟିକଟକରେ ଲୋକମାନେ ୧୫ ସେକେଣ୍ଡର ସର୍ଟ ଭିଡିଓ ବନାଇପାରୁଛନ୍ତି କିନ୍ତୁ ଏହି ନୂଆ ଆପରେ ୟୁଜର୍ସଙ୍କୁ ୩୦ ସେକେଣ୍ଡର ଭିଡିଓ ବନାଇବାର  ସୁଯୋଗ ମିଳିବ। ଏହି ଆପରେ ୟୁଜର୍ସ ନିଜ ମୋବାଇଲ ଡିଭାଇସ୍‌ ଦ୍ୱାରା ହରାଇଜଣ୍ଟାଲ ଏବଂ ଭର୍ଟିକାଲ ଦୁଇ ପ୍ରକାରର ଭିଡିଓ ବନାଇବାର  ଖାସିୟତ ରହିଛି।

ଏହାସହ ପଢନ୍ତୁ : ଉପଭୋକ୍ତା ଏବେ ଏହି ଆପ୍‌ ଜରିଆରେ ଫାଇଲ ଟ୍ରାନ୍ସଫର କରିବା ସହିତ ଡକ୍ୟୁମେଣ୍ଟକୁ କରିପାରିବେ ସ୍କାନ

ଏହି ଆପ୍‌ ଏବେ ଆଇଓଏସ ଏବଂ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଉଭୟରେ ଉପଲବ୍ଧ। ଲକ୍ଷାଧିକ ସଂଖ୍ୟାର ୟୁଜର୍ସ ରେଜିଷ୍ଟର କରିଛନ୍ତି। କୁହାଯାଉଛି ଯେ ଯଦି ଗୁଗଲ ଏହାକୁ କିଣିବ ତେବେ ଏହା ଟିକଟକ୍‌ ଠାରୁ ଆହୁରି ବି ଅଧିକ ପପୁଲାର ହୋଇଯିବ। ଏହି ଆପ ଟିକଟକକୁ କଡା ଟକ୍କର ଦେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.