Below header

ପାକିସ୍ତାନରେ ଅଚାନକ ବଢିଗଲା ପେଟ୍ରୋଲ-ଡିଜେଲ ଦାମ୍‌, ଗଧଙ୍କୁ ବି ମିଳିଗଲା କାମ

କଥାଟି ପଢି ଆଶ୍ଚର୍ଯ୍ୟ ଲାଗୁଥାଇପାରେ ନିଶ୍ଚିତ। ଗଧମାନେ ତ ସେମିତିରେ କାମ କରିଥାନ୍ତି, ପୁଣି କଣ ହେଲା ଯେ ଗଧଙ୍କୁ ରୋଜଗାର କରିବାର ସୁଯୋଗ ମିଳିଗଲା। କଥା କ’ଣ କି, ପାକିସ୍ଥାନର ଆର୍ଥିକ ଅବସ୍ଥା ଏବେ ବେଶ ମାନ୍ଦା ଚାଲିଛି। ପାକିସ୍ଥାନର ଜିଡିପି ହ୍ରାସ ହେବାରେ ଲାଗିଛି। ସବୁ ଦ୍ରବ୍ୟର ମୂଲ୍ୟ ଏତେ ମହଙ୍ଗା ରହିଛି ଯେ, ଲୋକମାନେ ଚଳିବା କଷ୍ଟକର ହୋଇପଡିଛି।
ପାକିସ୍ଥାନରେ ଏବେ ପେଟ୍ରୋଲ ପ୍ରତି ଲିଟର ୧୧୭.୮୩ ଟଙ୍କା ହୋଇଛି। ଯାହା ଅନେକ ଲୋକଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୈଳ ଏବଂ ଗ୍ୟାସ ଡେପଲପମେଣ୍ଟ ଅଥରିଟିର ସୁପାରିଶକୁ ମଞ୍ଜୁରୀ ଦେଇ ଦେଇଛନ୍ତି, ଯାହା ପରେ ପେଟ୍ରୋଲ ଲିଟର ପିଛା ୫.୧୫ ଟଙ୍କା ପ୍ରତି ଲିଟର ଏବଂ ହାଇସ୍ପିଡ ଡିଜେଲ ଲିଟର ପିଛା ୫.୬୫ ଟଙ୍କା ବୃଦ୍ଧି କରାଯାଇଛି। ଏହାକୁ ନେଇୁ ସୋସିଆଲ ମିଡିଆରେ ମଜାଦାର ମିମିଜ କରି ପାକିସ୍ତାନର ମଜାକ ଉଡାଯାଉଛି। ଏହାକୁ ନେଇ ପାକିସ୍ତାନରେ ଅନେକ ଭିଡ଼ିଓ ମଧ୍ୟ ସେୟାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.