କଟକ: କୃଷକ ବଜାର ବସ୍ତି ଉଚ୍ଛେଦ ବେଳେ ତାଲିଲେ ଲୋକେ
![cuttack](https://knewsodisha.com/wp-content/uploads/2019/08/cuttack.jpg)
କଟକ(କେନ୍ୟୁଜ୍): ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା। କଟକ କୃଷକ ବଜାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ବେଳେ ତାଲିଲେ ଲୋକ। ପୋଲିସକୁ ଅଟକାଇବା ବେଳେ ଧସ୍ତାଧସ୍ତି ହୋଇଛି। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି କୃଷକ ବଜାର ଅଞ୍ଚଳରେ ଜବରଦଖଲରେ ଥିବା ଘରକୁ ଭଙ୍ଗା ଯାଇଥିଲା। ଉଚ୍ଛେଦ କାମରେ ଲାଗିଥିଲେ ଏନ୍ଫୋର୍ସମେଣ୍ଟ ଅଧିକାରୀ ଓ ପୋଲିସ। ଏତିକିବେଳେ ବିରୋଧ କରିଥିଲେ ବସ୍ତି ବାସିନ୍ଦା। ପରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣାରେ ବସିଥିଲେ ଶତାଧିକ ମହିଳା।