ବଙ୍ଗୋମୁଣ୍ଡା: ଅଭିନବ ଢଙ୍ଗରେ ପ୍ରତିବାଦ, ରାସ୍ତାରେ ଧାନ ରୋଇଲେ ମହିଳା

ବଙ୍ଗୋମୁଣ୍ଡା(କେନ୍ୟୁଜ୍): ଅଭିନବ ଢଙ୍ଗରେ ପ୍ରତିବାଦ । ରାସ୍ତାରେ ଧାନ ରୋଇଲେ ମହିଳା । ମହିଳାମାନେ ଧାଡ଼ି ଧାଡ଼ି ବାନ୍ଧି ରାସ୍ତାରେ ଧାନ ରୋଇଛନ୍ତି । ରାସ୍ତା ପାଇଁ ହିନସ୍ତା ଭୋଗୁଥିବା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ପିପଲମୁଣ୍ଡାରେ ଏମିତି ଭାବରେ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ । ୨୦୧୪-୧୫ ମସିହାରେ ମନରେଗାରେ ପିପଲମୁଣ୍ଡାକୁ ମାଟି ରାସ୍ତା ତିଆରି ହୋଇଥିଲା । ଗାଁକୁ ଯାଆସ ପାଇଁ ସବୁଦିନିଆ ରାସ୍ତା ନଥିବା ନାହିଁ । ପଲମୁଣ୍ଡାରୁ ଲୁକାପଡ଼ା ଓ ଅନ୍ୟ ଗାଁ ସଂଯୋଗ କରୁଥିବା ଏହି ରାସ୍ତା ଏବେ କାଦୁଅ ସାଙ୍ଗକୁ ଖାଲଖମାରେ ଭର୍ତ୍ତି । କାଦୁଅ ପଚ ପଚ ରାସ୍ତାରେ ବାଇକ ଯିବା ତ ଦୂରର କଥା ଚାଲି ଚାଲି ଯିବା ବି କଷ୍ଟକର । ଏ ସଂପର୍କରେ ଗାଁ ଲୋକ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି । ହେଲେ କିଛି ସୁଫଳ ନ ମିଳିବାରୁ ଗାଁର ମହିଳା ମାନେ ମାଟି କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି । ଏନେଇ ବଙ୍ଗୋମୁଣ୍ଡା ଏବିଡିଓ କହିଛନ୍ତି, ସେ ଘଟଣା ବବାଦରେ ଅନୁଧ୍ୟାନ କରି ରାସ୍ତା ତିଆରି ପାଇଁ ପଦକ୍ଷେପ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.