Below header

୪୧୩ କୋଟି ଟଙ୍କାରେ ବିକ୍ରି ହେଲା ଏହି ଗୋଲାପୀ ହୀରା, ଭାଙ୍ଗିଲା ସବୁ ବିଶ୍ୱ ରେକର୍ଡ

ବେଳେ ବେଳେ ଏମିତି କିଛି ଜିନିଷର ମୂଲ୍ୟ ଜାଣିବାକୁ ମିଳେ,ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇପଡେ । ଏମିତି ଏକ ଦୁର୍ଲଭ ହୀରାର ମୂଲ୍ୟ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ । ନିକଟରେ ହଂକଙ୍ଗରେ ନିଲାମ ହୋଇଥିବା ଏକ ହୀରାର ଦାମ ରହିଛି ୪୧୩ କୋଟି ଟଙ୍କା । ଯାହାକି ବିଶ୍ୱର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଗୋଲାପୀ ହୀରା (Pink Diamond) ୪.୯୯ କୋଟି ଡଲାରରେ ବିକ୍ରି ହୋଇଛି । ଭାରତୀୟ ମୁଦ୍ରାରେ ଯଦି ଏହାକୁ ହିସାବ କରାଯାଏ, ଏହା ପ୍ରାୟ ୪୧୩ କୋଟି ଟଙ୍କା ପାଖାପାଖି ହେବ ବୋଲି ଜଣାଯାଇଛି । ଏହାର ମୂଲ୍ୟ ନିଲାମରେ ଏଦେ ଲଗାଯାଇ ନଥିଲା । ହେଲେ ନିଲାମ ପରେ ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ହଂକଂଙ୍ଗରେ ନିଲାମ କରାଯାଇଥିବା ୧୧.୧୫ କ୍ୟାରେଟ ଓ୍ଵିଲିୟମସନ ପିଙ୍କ ଷ୍ଟାର ହୀରା ୩୯.୨ କୋଟି ହଂକଂଙ୍ଗ ଡଲାର ବା ୪.୯୯ କୋଟି ଆମେରିକୀୟ ଡଲାରରେ ବିକ୍ରି ହୋଇଛି । ବାସ୍ତବରେ ଏହାର ଦାମ୍‌ ୨.୧ କୋଟି ଡଲାର ରଖାଯାଇଥିଲା । ପ୍ରଥମ ଓ୍ଵିଲିୟମସ ହୀରା ୨୩.୬୦ କ୍ୟାରେଟର ରହିଛି । ଯାହାକୁ ୧୯୪୭ ମସିହାରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ବିବାହ ଅବସରରେ ଉପହାର ଭାବେ ଦିଆଯାଇଥିଲା ।

ସେହିପରି ଦ୍ୱିତୀୟ ଗୋଲାପୀ ହୀରା ୫୯.୬୦ କ୍ୟାରେଟର,ଯାହାକୁ ୨୦୧୭ ମସିହାରେ ନିଲାମରେ ରେକର୍ଡ ୭.୧୨ କୋଟି ଟଙ୍କା ଡଲାରରେ ବିକ୍ରି ହୋଇଥିଲା । ଓ୍ଵିଲିୟମ ପିଙ୍କ ଷ୍ଟାର ଗୋଲାପୀ ହୀରା ଦ୍ୱିତୀୟ ସବୁଠୁ ବଡ ଗୋଲାପୀ ହୀରା । କୁହାଯାଏ ଏହି ହୀରା ଗତ ୩୦୦ ବର୍ଷ ଇତିହାସରେ ସବୁଠୁ ଦୁର୍ଲଭ ହୀରା । ଏହାର ନାମ ରଖାଯାଇଛି ‘ଦ ଲୁଲୋ ରୋଜ’ । କାରଣ ଏହା ଅଂଗୋଲାର ଲୁଲୋ ଖଣିରୁ ବାହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.